27.1 C
Bhubaneswar
Saturday, April 4, 2026
Homeଓଡିଶାଧବଳେଶ୍ୱର ମନ୍ଦିର ପ୍ରଶାସନର ନିଷ୍ପତ୍ତି; ପ୍ଲାଷ୍ଟିକ କଳସରେ ଜଳଲାଗିକୁ ନା

ଧବଳେଶ୍ୱର ମନ୍ଦିର ପ୍ରଶାସନର ନିଷ୍ପତ୍ତି; ପ୍ଲାଷ୍ଟିକ କଳସରେ ଜଳଲାଗିକୁ ନା

ଆଠଗଡ଼: ଆଉ ଦିନ କେଇଟା ପରେ ଆରମ୍ଭ ହେବ ଶ୍ରାବଣ ମାସ । ଶୈବପୀଠଗୁଡ଼ିକରେ ଜଳଲାଗି କରିବେ ଶ୍ରଦ୍ଧାଳୁ । ଧବଳେଶ୍ୱରଙ୍କ ପୀଠକୁ ମଧ୍ୟ ଆସିବେ କାଉଡ଼ିଆ । ତେବେ କାଉଡ଼ିଆମାନେ ପ୍ଲାଷ୍ଟିକ କଳସ ନେଇ ମନ୍ଦିରକୁ ଆସିପାରିବେ ନାହିଁ । କାରଣ ଏଥର ଧବଳେଶ୍ୱର ପୀଠରେ ପ୍ଲାଷ୍ଟିକୁ ବ୍ୟାନ କରିଛି ମନ୍ଦିର ପ୍ରଶାସନ ଓ ପୂଜକ ସମିତି । ଆଠଗଡ଼ ତହସିଲଦାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ହୋଇଛି ଏହି ନିଷ୍ପତ୍ତି । ସେହିପରି କାଉଡ଼ିଆମାନେ ମନ୍ଦିର ଭିତରକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ । କଂକ୍ରିଟ୍ ପୋଲ ପୂର୍ବରୁ ସେମାନେ ବାହୁଙ୍ଗି ଥୋଇ କଳସ ନେଇ ମନ୍ଦିର ଭିତରକୁ ଯିବେ । ଆଜି ପୂର୍ବାହ୍ନରେ ବାବା ଧବଳେଶ୍ୱରଙ୍କ ପୀଠରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ଼ ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପରିମଳ ବ୍ୟବସ୍ଥା, ଭକ୍ତମାନଙ୍କ ନିମନ୍ତେ ପାନୀୟଜଳର ସୁବିଧା, ସ୍ୱାସ୍ଥ୍ୟ, ଆଲୋକୀକରଣ, ଆଇନ ଶୃଙ୍ଖଳା ବ୍ୟବସ୍ଥା, ଅଗ୍ନିଶମ ସେବା, ବିଦ୍ୟୁତ ସରବରାହ ଉପରେ ତହସିଲର ଶ୍ରୀ ସ୍ୱାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତଦସମ୍ବନ୍ଧୀୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଭକ୍ତମାନେ ମାଟି ପାତ୍ର କିମ୍ବା ପିତଳ ଗଡୁ ସାହାଯ୍ୟରେ ବ୍ୟାରିକେଡରେ ଧାଡି ବାନ୍ଧି ଶୃଙ୍ଖଳିତ ଭାବରେ ଜଳ ଲାଗି କରିପାରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ନିର୍ବାହୀ ଅଧିକାରୀ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଡଃ.ପ୍ରଦୀପ କୁମାର ସାହା, ପିସିଏଚସି ବ୍ରହ୍ମପୁର ଡାକ୍ତର ଦିଲ୍ଲୀପ କୁମାର ରାଉତ, ସେବାୟତ ସଂଘର ସଭାପତି ବିଷ୍ଣୁ ଚରଣ ପତ୍ରି, ସମ୍ପାଦକ ଶ୍ରନରେନ୍ଦ୍ର କୁମାର ପଣ୍ଡା, ସଂପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବିଭୁତି ପଣ୍ଡା ସହଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking