17.1 C
Bhubaneswar
Monday, February 2, 2026
Homeଦେଶ ବିଦେଶବିଳାସପୁର ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୧୮ ଛୁଇଁଲା, ମୃତକଙ୍କ ପରିବାରକୁ ୨ଲକ୍ଷ ସହାୟତା ଘୋଷଣା

ବିଳାସପୁର ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୧୮ ଛୁଇଁଲା, ମୃତକଙ୍କ ପରିବାରକୁ ୨ଲକ୍ଷ ସହାୟତା ଘୋଷଣା

ସିମଲା: ହିମାଚଳ ପ୍ରଦେଶର ବିଳାସପୁରରେ ଭୂସ୍ଖଳନ ପରେ ମାଟି ଅତଡା ତଳେ ବସ ଫସିରହିବା ଘଟଣା । ବଡ଼ ଅଘଟଣାରେ ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କ ମୃତ୍ୟପୁ ହୋଇଥିବା ଜାତୀୟ ଗଣମାଧ୍ଯମରେ ପ୍ରକାଶ ପାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ଧାର କାମ ଜାରି ରହିଥିବା ବେଳେ ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାମରେ ଲାଗି ପଡିଛନ୍ତି । ମୃତ୍ୟୁର ଆଁ ଭିତରୁ ଜୀବନ ବଞ୍ଚାଇବାକୁ ଜୋରଦାର ଉଦ୍ୟମ ଚାଲିଛି ।

ସୂଚନା ଅନୁସାରେ- ଭୂସ୍କଳନରେ ମାଟି ତଳେ ଦବିଯାଇଛି ବସ୍ । ବସ୍‌ରେ ପାଖାପାଖି ୩୫ ଜଣ ଯାତ୍ରୀ ଥିଲେ। ବସଟି ଭଲ୍ଲୁ ବ୍ରିଜ ନିକଟରେ ଅତିକ୍ରମ କରୁଥିଲା । ଏହି ସମୟରେ ହଠାତ୍ ବସଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା । ଏହା ଦେଖି ଯାତ୍ରୀମାନେ ଚିତ୍କାର କରିଉଠିଥିଲେ । ଯାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ପୁଲିସ ଓ ଉଦ୍ଧାରକାରୀ ଦଳ ଏକ ଜେସିବି ଜରିଆରେ ବସ୍ ଉପରୁ ମାଟି ଅତଡ଼ା ବାହାର କରିଥିଲେ। ଏହା ପରେ ଆହତଙ୍କୁ ବସରୁ ବାହାର କରି ଆମ୍ବୁଲାନ୍ସ ଜରିଆରେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା।

ସେପଟେ ଘଟଣାରେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଘଟଣା ଶୁଣି ମର୍ମାହତ ହୋଇଥିବା ବେଳେ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି ଏବଂ ଗୁରୁତର ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି । ସେହିପରି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ଯ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ସମବେଦନା ଜଣାଇଛି । ଆହତଙ୍କ ଶୀଘ୍ର ସୁସ୍ଥତା ପାଇଁ ମହାମହିମ ପ୍ରାର୍ଥନା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking