ଗଞ୍ଜାମ: ପୀତବାସ ହତ୍ୟା ମାମଲାରେ ପୀତବାସଙ୍କ ପତ୍ନୀ ପ୍ରେସମିଟ କରିଛନ୍ତି । କହିଛନ୍ତି, ମାମଲା ପ୍ରତ୍ୟାହାର ପାଇଁ ଧମକ ଆସୁଥିବା ଅଭିଯୋଗ କଲେ ପତ୍ନୀ । ଅଜଣା ନମ୍ବରରୁ ପାଖକୁ ୨ ଥର ଧମକପୂର୍ଣ୍ଣ କଲ ଆସିଛି । ମାମଲା ପ୍ରତ୍ୟାହାର ନକଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ବିକ୍ରମ ପଣ୍ଡାଙ୍କ ନାଁ ନେଇ ହତ୍ୟା ଧମକ ଦିଆଯାଉଛି । ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଧମକ ଦିଆଯାଉଛି । ଧମକପୂର୍ଣ୍ଣ ଫୋନ କଲକୁ ନେଇ ଆମେ ଭୟଭୀତ ଅଛୁ । ଆମ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଦିଆଯାଉ ।
ସୂଚନାଥାଉ କି, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଣି ରିମାଣ୍ଡରେ ଯିବେ ଉମା, ଯୋଗୀ । ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ନେଇ ଜେରା କରିସାରିଛି । ଏବେ ପୁଣିଥରେ ସେଥିମଧ୍ୟରୁ ଦୁଇ ଅଭିଯୁକ୍ତ ଉମା ବିଶୋୟୀ ଓ ଯୋଗେନ୍ଦ୍ର ରାଉତକୁ ରିମାଣ୍ଡରେ ନେଇ ଅଧିକ ଜେରା କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ । ପୂର୍ବରୁ କର୍ପୋରେଟର୍ ମଳୟ ବିଶୋୟୀ ଓ ଆଇନଜୀବୀ ମଦନ ଦଳେଇଙ୍କ ସମେତ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଉମା ବିଶୋୟୀ, ଯୋଗେନ୍ଦ୍ର ରାଉତ ଓ ସୁଟର୍ କୁରୁପତି ଭୂୟାଁ ସମେତ ଚିଣ୍ଟୁ ପ୍ରଧାନକୁ ଦୁଇଦିନିଆ ରିମାଣ୍ଡରେ ନେଇ ପୁଲିସ ଜେରା କରିଥିଲା ।










