21.1 C
Bhubaneswar
Sunday, January 18, 2026
Homeଅପରାଧସାଂସଦଙ୍କୁ ହତ୍ୟା ଧମକ

ସାଂସଦଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ବିହାର ପୂର୍ଣ୍ଣିଆ ସାଂସଦ ପପୁ ଯାଦବଙ୍କୁ ଲରେନ୍ସ ଗ୍ୟାଙ୍ଗ ତରଫରୁ ପୁଣି ଥରେ ଏଭଳି ଧମକ ମିଳିଛି। ପୂର୍ଣ୍ଣିୟା ସାଂସଦ ରାଜେଶ ରଞ୍ଜନ ଓରଫ ପପୁ ଯାଦବ ବର୍ତ୍ତମାନ ପୂର୍ଣ୍ଣିଆରେ ଅଛନ୍ତି। ତାଙ୍କୁ ପୁଣି ଥରେ ହତ୍ୟା ଧମକ ଦିଆଯାଇଛି। ଧମକ ଦେଉଥିବା ବ୍ୟକ୍ତି ତାଙ୍କୁ ଗତ ୨୪ ଘଣ୍ଟା ମହଲତ ଦେଇଛନ୍ତି। ହ୍ୱାଟସ୍‌ଆପ୍‌ର ଏହି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ କୁହାଯାଇଛି ଯେ, ଆମର ସାଥୀମାନେ ଆପଣଙ୍କ ନିକଟରେ ଅତି ନିକଟତର ହୋଇଛନ୍ତି। ଏପରିକି ଆପଣଙ୍କର ଅଙ୍ଗରାକ୍ଷୀମାନେ ମଧ୍ୟ ଆପଣଙ୍କୁ ବଞ୍ଚାଇବାକୁ ସମର୍ଥ ହେବେ ନାହିଁ। ଜନ୍ମଦିନର ଶୁଭେଚ୍ଛା, ଲରେନ୍ସ ଭୋଇ ଏବଂ ତାଙ୍କ ଦଳ। ପୂର୍ଣ୍ଣିୟା ସାଂସଦ ଆପଣଙ୍କର ଶେଷ ଦିନକୁ ଉପଭୋଗ କରନ୍ତୁ। ସୂଚନା ମୁତାବକ, ପପୁ ଯାଦବଙ୍କୁ ଯେଉଁ ନମ୍ବରରୁ ଧମକ ଆସିଛି ତାହା ପାକିସ୍ତାନର ବୋଲି ଜଣାପଡିଛି। ଧମକ ଦେଇଥିବା ବ୍ୟକ୍ତି ଜଣକ ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରୁଛି। କେବଳ ସେତକି ନୁହେଁ ୭ ସେକେଣ୍ଡର ଏକ ବିସ୍ଫୋରଣ ଭିଡିଓ ମଧ୍ୟ ସାଂସଦଙ୍କ ମୋବାଇଲ ନମ୍ବରକୁ ପଠାଯାଇଛି। ଏହି ଧମକପୂର୍ଣ୍ଣ ମେସେଜ ମିଳିବା ପରେ ପୂର୍ଣ୍ଣିଆରେ ସାଂସଦଙ୍କ ବାସଭବନର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ପୂର୍ବରୁ ମଧ୍ୟ ପପୁ ଯାଦବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ସମାନ ଧମକ ମିଳିଥିଲା। ତେବେ ପୁଲିସ ଧମକ ଦେଇଥିବା ବ୍ୟକ୍ତିଙ୍କୁ ପୁର୍ଣ୍ଣିଆରୁ ଗିରଫ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking