20.1 C
Bhubaneswar
Saturday, February 14, 2026
Homeଓଡିଶାନନ୍ଦନକାନନରେ ବାଘୁଣୀ ‘ସାରା’ର ମୃତ୍ୟୁ

ନନ୍ଦନକାନନରେ ବାଘୁଣୀ ‘ସାରା’ର ମୃତ୍ୟୁ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅସୁସ୍ଥ ହୋଇପଡ଼ିଥିବା ବାଘୁଣୀ ‘ସାରା’ର ମୃତ୍ୟୁ ହୋଇଥିବା ଜଣାଯାଇଛି । ୧୮ ବର୍ଷ ବୟସରେ ଚିିକିତ୍ସାଧୀନ ଅବସ୍ଥାରେ ‘ସାରା’ର ମୃତ୍ୟୁ ହୋଇଛି । ୨୦୦୬ ମସିହାରେ ‘ସାରା’କୁ ବାନ୍ଧବଗଡ଼ରୁ ନନ୍ଦନକାନନ ଅଣାଯାଇଥିଲା । ୨୦୦୬ ମସିହାରେ ମଧ୍ୟପ୍ରଦେଶର ବାନ୍ଧବଗଡରୁ ସାରା ନନ୍ଦନକାନନ ଆସିଥିଲା। ସାରା ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ କିଛି ଦିନ ହେବ ଠିକ୍ ସେ ଖିଆ ପିଆ କରୁନଥିଲା। ପ୍ରାଣୀଉଦ୍ୟାନ ଚିକିତ୍ସକ ତା’ର ଚିିକିତ୍ସା କରୁଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସାରାର ମୃତ୍ୟୁ ହୋଇଛି। ସାରାର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୬କୁ ହ୍ରାସ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking