21.1 C
Bhubaneswar
Friday, December 12, 2025
Homeଓଡିଶାମଦ ମୃତ୍ୟୁ ଓ ଇଡି ନେଇ ଗୃହ ଅଚଳ, ୪ଟା ଯାଏ ମୁଲତବୀ

ମଦ ମୃତ୍ୟୁ ଓ ଇଡି ନେଇ ଗୃହ ଅଚଳ, ୪ଟା ଯାଏ ମୁଲତବୀ

ଭୁବନେଶ୍ୱର : ଆଜି ବି ଚାଲି ପାରିଲାନି ବିଧାନସଭା ଗୃହ । ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ତୃତୀୟ ଦିନରେ ବି ବିରୋଧୀ ଗୃହକୁ ଚଲାଇ ଦେଇନାହାନ୍ତି । ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ୪ ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ । ବିଜେଡି ବିଧାୟକମାନେ ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗରେ ହୋହାଲ୍ଲା କରିଥିଲେ । ସେହିଭଳି କଂଗ୍ରେସ ବିଧାୟକମାନେ ଇଡି ପ୍ରସଙ୍ଗରେ ହୋହାଲ୍ଲା କରିଥିଲେ । ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଆସି ନାରାବାଜି କରିଥିଲେ । ଯାହାକୁ ନେଇ ବାଚସ୍ପତି ଗୃହକୁ ସାଢେ଼ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ । ୧୧.୩୦ ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ବିରୋଧୀ ନିଜ ଜିଦରେ ଅଟଳ ରହିଥିଲେ । ବିଜେଡି ଓ କଂଗ୍ରେସ ସଦସ୍ୟ ପୁଣି ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ୪ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking