37.1 C
Bhubaneswar
Saturday, April 4, 2026
Homeଓଡିଶା୭ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟଣା: ୨ ଅଟକ

୭ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟଣା: ୨ ଅଟକ

ରାଜନଗର: କେନ୍ଦ୍ରାପଡ଼ା ରାଜନଗର ବଡ଼କୋହ୍ଲା ଗାଁରେ ୭ ବର୍ଷର ନାବାଳିକାଙ୍କ ମୃତଦେହ ଉଦ୍ଧାର ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ରାଜନଗର ପୋଲିସ। ଗତକାଲି ବିଳମ୍ବିତ ରାତିରେ ବେଣୁ ଚରଣ ଦାସ ଓ ତାଙ୍କ ପୁଅକୁ ପ୍ରଶାନ୍ତ ଦାସକୁ ପୋଲିସ ଉଠାଇ ଆଣି ଅଧିକ ପଚରାଉଚରା କରୁଛି। ମୃତ ନାବାଳିକାଙ୍କ ପରିବାର ଉଭୟଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ। ବେଣୁ ଚରଣ ଦାସ ତାଙ୍କ ଝିଅକୁ ହତ୍ୟା କରି କେନାଲକୁ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମାଆ। ଗତକାଲି କେନ୍ଦ୍ରାପଡ଼ା ଏସପି, ସାଇଣ୍ଟିଫିକ ଓ ଡଗସ୍କ୍ୱାର୍ଡ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ। ଘଟଣାକୁ ନେଇ ପୋଲିସର ସନ୍ଦେହ ବଢିଛି।  ଗତ ୨ ତାରିଖ ଦିନ ୧୦ଟା ପରଠାରୁ ମାନଗୋବିନ୍ଦ ସେନାପତିଙ୍କ ଝିଅ କୁଆଡେ ନିଖୋଜ ହୋଇଯାଇଥିଲା। ଗତକାଲି ଏକ କେନାଲରୁ ତାଙ୍କ ମୃତଦେହ ମିଳିଥିଲା।ଘଟଣା କୁ ତିନିଦିନ ହୋଇଥିଲେ ମଧ୍ୟ ପୋଲିସ ଏହା ଉପରୁ ପରଦା ଉଠାଇ ପାରିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking