32.9 C
Bhubaneswar
Monday, April 13, 2026
Homeଓଡିଶା୩ ଦଣ୍ଡୁଆଙ୍କ ମୃତ୍ୟୁ: କ୍ଷତି ପୂରଣ ପାଇଁ ରାସ୍ତାରୋକ

୩ ଦଣ୍ଡୁଆଙ୍କ ମୃତ୍ୟୁ: କ୍ଷତି ପୂରଣ ପାଇଁ ରାସ୍ତାରୋକ

ଢେଙ୍କାନାଳ: ହିନ୍ଦୋଳ ପାଟଲା ଗାଁରେ ୩ ଦଣ୍ଡୁଆଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପାଇ କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକ । ପୁରୁଣା କଟକ- ସମ୍ବଲପୁର ରାସ୍ତାର ସାତମାଇଲି ନିକଟରେ ରାସ୍ତାରୋକ କରିଛନ୍ତି । ସୂଚନା ଥାଉ କି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଦଣ୍ଡୁଆ ମୃତ, ୫ ଜଣ ଆହତ ହୋଇଛନ୍ତି ।  ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ପାଟଲା ଗାଁରେ ୧୧ କେଭି ତାର ଲାଗି ୩ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଛି । ୫ ଜଣ ଆହତ ହୋଇଛନ୍ତି ।  ଦୁଇ ଗୁରୁତର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଦଣ୍ଡନାଚ ପାଇଁ ଟେଣ୍ଟ ବାନ୍ଧିବା ବେଳେ ଷ୍ଟିଲ ବାର୍ ୧୧ କେଭି ସଂସ୍ପର୍ଶରେ ଆସିବାରୁ ଏହି ଅଘଟଣ ଘଟିଛି । ମୃତକମାନେ ହେଲେ ବିଡ଼ୋ ଗାଁର ମିଲନ ମହାଳିକ, ଲକ୍ଷ୍ମୀଧର ସାହୁ ଓ ପାଟଲା ଗାଁର ସୁଧାକର ସାହୁ । ପାଟଲା ଗାଁର ପ୍ରଫୁଲ୍ଲ ତରାଇ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking