19.1 C
Bhubaneswar
Thursday, December 26, 2024
Homeଓଡିଶାବଜ୍ରପାତଜନିତ ମୃତ୍ୟୁ : ଓଡ଼ିଶା ଆଗରେ

ବଜ୍ରପାତଜନିତ ମୃତ୍ୟୁ : ଓଡ଼ିଶା ଆଗରେ

ଭୁବନେଶ୍ୱର: ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟାରେ ଓଡ଼ିଶାର ରେକର୍ଡ । ସଂଖ୍ୟାକୁ ତୁଳନା କଲେ ଦେଶ ତୁଳନାରେ ଓଡ଼ିଶା ସବୁଠୁ ଆଗରେ ରହିଛି । ଆଜି ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଗତ ୫ ବର୍ଷରେ ବଜ୍ରପାତରେ ଓଡ଼ିଶାରେ ମୋଟ ୧୧୦୩ଜଣଙ୍କ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶ ବଡ଼ ରାଜ୍ୟ ହୋଇଛି ବି ସେଠାରେ ୫ ବର୍ଷରେ ୫୪୨ଜଣଙ୍କ ଜୀବନ ଯାଇଛି । ଓଡ଼ିଶାର ବାଲେଶ୍ୱର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ଅଧିକ । ୫ ବର୍ଷରେ ଝାରସୁଗୁଡ଼ାରେ ସବୁଠୁ ଅଧିକ ୭୨ ଓ ବଲାଙ୍ଗୀରରେ ୫୫ଜଣଙ୍କ ମୃତୁ୍ୟ ହୋଇଛି । ତେବେ ଗବେଷଣା କହୁଛି ଓଡ଼ିଶାରେ ଅଧିକ ଖଣିଜ ପଦାର୍ଥ ଥିବାରୁ ବଜ୍ରପାତ ହେଉଛି । ଖଣିଜପଦାର୍ଥ ହେଉଛି ବିଦୁ୍ୟତ ସୁପରିବାହୀ । ନିର୍ଦ୍ଧିଷ୍ଟ କେଉଁଠି ବଜ୍ରପାତ ହେବ ତାହାର ଆକଳନ ପାଇଁ ଜ୍ଞାନକୌଶଳ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking