24.1 C
Bhubaneswar
Saturday, March 28, 2026
Homeଅପରାଧବାପାର ବୋମା ମାଡ଼ରେ ପୁଅ ମୃତ୍ୟୁ

ବାପାର ବୋମା ମାଡ଼ରେ ପୁଅ ମୃତ୍ୟୁ

ଖୋର୍ଦ୍ଧା : ବାପାର ବୋମା ମାଡ଼ରେ ସାନ ପୁଅର ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାହାସପୁର ଶାନ୍ତିନଗରରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦିବ୍ୟସିଂହ ରାଉତରାୟ। ଏହି ମାମଲାରେ ବାପା ଶଠ ରାଉତରାୟ ଓ ବଡ଼ ପୁଅ ସୁବାଷ ରାଉତରାୟଙ୍କୁ ପୁଲିସ ଅଟକ ରଖିଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ , ଜମିବାଡ଼ି ବିବାଦକୁ କେନ୍ଦ୍ରକରି ସୁବାଷ ଓ ତାଙ୍କ ବାପାଙ୍କର ବିବାଦ ଲାଗିଥିଲା। ଆଜି ଶଠ ଓ ତାଙ୍କ ସାନ ପୁଅ ଦିବ୍ୟସିଂହ ବଡ଼ ପୁଅକୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ଏଥିପାଇଁ ବଡ଼ ପୁଅ ଘର ଉପରକୁ ବୋମାମାଡ଼ କରିଥିଲେ। କିନ୍ତୁ ବୋମାଟି ଘର ଗ୍ରୀଲ ଉପରେ ବାଜି ଛିଟିକି ଆସି ସାନପୁଅ ଦେହରେ ବାଜିଥିଲା। ଯାହାଫଳର ଘଟଣା ସ୍ଥଳରେ ସାନପୁଅ ଦିବ୍ୟସିଂହଙ୍କର ମୃତ୍ୟୁ ହୋଇଥିଲା ଏବଂ ବଡ଼ପୁଅର ସାମାନ୍ୟ ଆହତ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking