ନୂଆଦିଲ୍ଲୀ : କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟର ୪୪ ବର୍ଷିୟ ପ୍ରଫେସରଙ୍କ ମୃତଦେହ ଉଦ୍ଧାର ଉତ୍ତରାଖଣ୍ଡର ଏକ ହୋଟେଲ ଭିତରୁ ଉଦ୍ଧାର କରାଯାଇଛି । ହୋଟେଲରୁ ଉଦ୍ଧାର ହୋଇଥିବା ତାଙ୍କ ମୃତଦେହକୁ ଦେଖିବା ପରେ ତାଙ୍କ ଗଳାରେ କଟା ଚିହ୍ନ ସ୍ପଷ୍ଟ ହୋଇଛି । ତୋବୋ ରିପୋର୍ଟ ଅନୁସାରେ ପୀଡିତ ମେନାକ ପାଲ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ସେ ବୁଲିବା ପାଇଁ ନିଜ ସାଙ୍ଗମାନଙ୍କ ସହ ମିଶି ଉତ୍ତରାଖଣ୍ଡ ଯାଇଥିଲେ । ସେଠାରେ ତାଙ୍କ ସାଙ୍ଗମାନେ କିଛି ଦିନ ଧରି ଉପଭୋଗ ଚିନ୍ତା କରୁଥିବା ବେଲେ ସେ କିନ୍ତୁ କହିଥିଲେ ତାଙ୍କୁ ଘରକୁ ଫେରିବାର ଅଛି । ଶୁକ୍ରବାର ସନ୍ଧ୍ୟାରେ ଯେତେବେଳେ ତାଙ୍କ ସହିତ କାହାର ଯୋଗାଯୋଗ ହୋଇପାରିନଥିଲା । ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ ହୋଟେଲ କର୍ମଚାରୀମାନେ ରୁମ ଗେଟ ଭାଙ୍ଗି ପଶିଖିଲେ । ତାପରେ ତାଙ୍କୁ ଜୁଡୁବୁଡୁ ଅବସ୍ଥାରେ ଦେଖିଥିଲେ । ପ୍ରଫେସରଙ୍କ ଏଭଳି ମୃତ୍ୟୁ କୋଲକାତାରେ ସମସ୍ତଙକ୍ୁ ଚକିତ କରିଦେଇଛି । ତାଙ୍କ ମୃତ୍ୟୁ ବିଷୟରେ ଶୁଣିବା ପରେ ଆମେ ଗଭୀର ଚକିତ ହୋଇପଡିଛୁ ବୋଲି ଶିକ୍ଷକ ସଂଗଠନର ସାଧାରଣ ସମ୍ପାଦକ ପାର୍ଥା ପ୍ରତୀମ ରୟ ଏକ ବିବୃତିରେ କହିଛନ୍ତି।