26.1 C
Bhubaneswar
Saturday, April 4, 2026
Homeଓଡିଶାକେରଳରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

କେରଳରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

ଲାଞ୍ଜିଗଡ଼ : ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ପହଞ୍ଚିଛି। ଦୁଇ ମାସ ତଳେ ମାଳିଯୁବାଙ୍ଗ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପେଟ ଗାଁର ଜଣେ ନାବାଳକ ଦାଦନ ଶ୍ରମିକଙ୍କ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଶ୍ରମିକଙ୍କ ମୃତଦେହ ଗାଁକୁ ପହଞ୍ଚିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପରିବାର ପ୍ରତିପୋଷଣ ପାଇଁ କେରଳ ରାଜ୍ୟ ଆଙ୍ଗାମାଳି ଜିଲ୍ଲାକୁ ଦାଦନ ଖଟିବାକୁ ଯାଇଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ବେନଗାଁ ପଞ୍ଚାୟତ ଅନ୍ତର୍ଗତ ବରାପାଲି ଗାଁର ଯୁବକ କାଲିବାବୁ ହରିଜନ (୪୫)ଙ୍କ ବୁଧବାର ସେଠାରେ ମୃତ୍ୟୁ ଘଟିଛି । ମୃତ୍ୟୁ ଖବର ଜାଣିବାପରେ ପରିବାର ଲୋକେ ମରଶରୀର ଆଣିବା ପାଇଁ ପ୍ରଶାସନ ନିକଟରେ ଗୁହାରି କରିବା ସହ ଆର୍ଥିକ ସହାୟତା ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ ।

ସୂଚନା ଅନୁସାରେ କାଳିବାବୁ ହରିଜନ ଏକ ବର୍ଷ ହେଲା କେରଳର ଆଙ୍ଗାମାଳି ଜିଲ୍ଲାକୁ ଯାଇ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ହେଲେ କୌଣସି କାର୍ଯ୍ୟ ପାଇଁ ରାସ୍ତାରେ ଚାଲିଯାଉଥିବା ସମୟରେ ପଛପଟୁ ଏକ ସରକାରୀ ବସ ଧକ୍କା ଦେଇଥିଲା  । ଯାହାଫଳରେ ୨୩ ଏପ୍ରିଲ ବୁଧବାର ଦିନ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ତେବେ ନିଜ ଜନ୍ମମାଟି ବରାପାଲି ଗାଁକୁ ଶନିବାରରେ ମରଶରୀର ପହଞ୍ଚିବା ପରେ ଗାଁ ମଶାଣିରେ ପରିବାର ଲୋକେ ଶୋକାକୁଳ ପରିବେଶରେ ଶବ ସତ୍କାର କରି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି । ପରିବାର କହିଲେ ସ୍ତ୍ରୀ ସମେତ ଦୁଇ ପୁଅ ଝିଅ ରହିଥିବା ବେଳେ ଏବେ ପରିବାର ପ୍ରତିପୋଷଣ ପାଇଁ ମୁସ୍କିଲ ହୋଇପଡିଛି । ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସ୍ତ୍ରୀ ଧନଦେଇ ହରିଜନ ପ୍ରଶାସନ ନିକଟରେ ସରକାରୀ ସହାୟତା ଯୋଗାଇଦେବା ପାଇଁ ଆକୁଳ ନିବେଦନ କରୁଛନ୍ତି । ତେବେ ଲାଞ୍ଜିଗଡ ଅଞ୍ଚଳରେ ବାରମ୍ବାର ଏହି ଭଳି ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟୁଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking