31.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶବିମାନ ଚକା ଭିତରୁ ମୃତଦେହ

ବିମାନ ଚକା ଭିତରୁ ମୃତଦେହ

ନୂଆଦିଲ୍ଲୀ : ୟୁନାଇଟେଡ୍ ଏୟାରଲାଇନ୍ସର ବିମାନର ଲ୍ୟାଣ୍ଡିଂ ଗିଅରର ଚକ ଭତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛିଆମେରିକାର ବିମାନ ବନ୍ଦରରେ ଘଟିଛି ଏଭଳି ଘଟଣା। ଶବଟି କିପରି ଓ କେଉଁଠାରୁ ଚକ ଭିତରକୁ ଆସିଥିଲା ​​ତାକୁ ବିମାନବନ୍ଦର ଅଧିକାରୀମାନେ ତନାଘନା ଜାରି ରଖିଛନ୍ତି। ତାଙ୍କ କହିବାନୁସାରେ, ଜଣେ ବ୍ୟକ୍ତି କେବଳ ବିମାନ ବାହାରେ ଲ୍ୟାଣ୍ଡିଂ ଗିଅରର ଚକ ଭିତରକୁ ପହଞ୍ଚି ପାରିବେ। ବିମାନ ଭିତରୁ ଏଠାକୁ ପହଞ୍ଚିବାର କୌଣସି ରାସ୍ତା ନାହିଁ।ମଙ୍ଗଳବାର ମାଉଇର କାହୁଲୁଇ ବିମାନ ବନ୍ଦରରେ ପହଞ୍ଚିବା ପରେ ବିମାନର ମୁଖ୍ୟ ଲ୍ୟାଣ୍ଡିଂ ଗିୟର୍‌ର ଚକା ଭିତରୁ ଏକ ମୃତଦେହ ମିଳିଥିଲା। ତେବେ ମୃତଦେହଟି କେଉଁଠ ଆସିଲା ସେ ନେଇ ପୁଲିସ ସହ ମିଶି ଯାଞ୍ଚ ଜାରି ରହିଥିବା କମ୍ପାନୀ କହିଛି। ବ୍ୟକ୍ତି ଜଣକ କିପରି ଚକକୁ ଭିତରକୁ ପହଞ୍ଚିଲେ ତାହା ଏପର‌୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି କମ୍ପାନୀ କହିଛି। କୁହାଯାଉଛି ଯେ, ଶିକାଗୋର ଓ’ହାରେ ବିମାନ ବନ୍ଦରରୁ ଉଡାଣ ଭରିଥିବା ବୋଇଂ ୭୮୭-୧୦ ବିମାନରୁ ମୃତଦେହ ମିଳିଛି। ରିପୋର୍ଟ ମୁତାବକ, ମାଉଇ ପୁଲିସ ମାମଲାର ତଦନ୍ତ ଜାରି ରହିଛି। ରିପୋର୍ଟ ମୁତାବକ, ମାଉଇ ପୁଲିସ ମାମାଲର ଯାଞ୍ଚରେ ଲାଗିପଡିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking