ବିନିକା: ସୂବର୍ଣ୍ଣପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । କେନାଲରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ । ସୂବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଜାମପାଲି କେନାଲ୍ ଭିତରେ ମୃତଦେହ ଠାବ କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ମୃତ୍ୟୁର କାରଣ ମଧ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ କିପରି ମୃତ୍ୟୁବରଣ କଲେ ସେନେଇ ତଦନ୍ତ କରୁଛି ପୋଲିସ ।









