ଚାନ୍ଦବାଲି: ଚାନ୍ଦବାଲିରେ ଅଭାବନୀୟ ଘଟଣା। ଝିଅକୁ ନିର୍ଯାତନା ସହି ନ ପାରି ବାପାର ଆତ୍ମହତ୍ୟା। ବାଂଶଡା ଥାନା ଚରଦିଆ ପଞ୍ଚାୟତରେ ଏହି ଅଭାବନୀୟ ଘଟଣା ଘଟିଛି। ଝିଅ ମଦ ବିକୁଥିବା ଅଭିଯୋଗ ଆଣି ଘର ଭଙ୍ଗାରୁଜା କଲେ ଲୋକେ। ଝିଅକୁ ମାଡ଼ ମାରି ଗାଁ ଦାଣ୍ଡରେ ଚଲେଇ ଚଲେଇ ନେଲେ। ନିର୍ଯାତନା ସହ ୩୦ ହଜାର ଜରିମାନା କରିଥିବା ଅଭିଯୋଗ ହୋଇଛି। ଏସବୁ ସହି ନ ପାରି ବାପା ବିଷ ପିଇଦେବାରୁ ମେଡିକାଲ୍ରେ ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ପରିବାର ପକ୍ଷରୁ ବାଂଶଡା ଥାନାରେ ଏନେଇ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।










