29.1 C
Bhubaneswar
Tuesday, February 10, 2026
Homeଓଡିଶାଅନ୍ୟ ଜାତିର ପୁଅକୁ ବାହା ହେଲା ଝିଅ: ଝିଅଙ୍କ ପରିବାରର ସମସ୍ତେ ହେଲେ ଶୁଦ୍ଧି

ଅନ୍ୟ ଜାତିର ପୁଅକୁ ବାହା ହେଲା ଝିଅ: ଝିଅଙ୍କ ପରିବାରର ସମସ୍ତେ ହେଲେ ଶୁଦ୍ଧି

ରାୟଗଡ଼ା: ପରମ୍ପରା ନାଁ ଜାତିପ୍ରଥାର କୁସଂସ୍କାର ? ଝିଅ ଅନ୍ୟ ଜାତିର ପୁଅକୁ ବାହା ହେବାରୁ ଝିଅଙ୍କ ପରିବାରର ସମସ୍ତେ ଶୁଦ୍ଧି ହେବା ସହିତ ମୁଣ୍ଡନ କରିଛନ୍ତି। ଏପରି ଅଭାବନୀୟ ଘଟଣା ଦେବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ। ବାଇଗଣଗୁଡ଼ାର ଜଣେ ଆଦିବାସୀ ଝିଅ ଅନ୍ୟ ଏକ ଜାତିର ପୁଅକୁ ଭଲ ପାଉଥିଲା। ପରିବାର ଲୋକଙ୍କ ଅନିଚ୍ଛା ସତ୍ତ୍ଵେ ଉଭୟେ ବାହା ହେବାରୁ ଗାଁ ଲୋକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଜାତିରେ ରହିବାକୁ ହେଲେ ପରମ୍ପରା ଅନୁଯାୟୀ ଛେଳି, କୁକୁଡ଼ା, ଘୁଷୁରୀ ଆଦି ବଳି ଦେବା ସହିତ ମୁଣ୍ଡନ କରିବାକୁ ଗାଁ ଲୋକେ କହିଥିବାର ଅଭିଯୋଗ ହୋଇଛି। ଏହା ପରେ ଝିଅଙ୍କ ପରିବାର ଲୋକେ ବାଧ୍ୟ ହୋଇ ମୁଣ୍ଡନ ହୋଇଛନ୍ତି। ପରମ୍ପରା। କାଶୀପୁର ବିଡ଼ିଓ ବିଜୟ ସୋଏ କହିଛନ୍ତି, ସଂପୃକ୍ତ ଗାଁକୁ ଯାଇ ତଦନ୍ତ କରିବାକୁ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking