26.1 C
Bhubaneswar
Friday, April 3, 2026
Homeଦେଶ ବିଦେଶବାପାକୁ ହତ୍ୟା କଲା ଝିଅ

ବାପାକୁ ହତ୍ୟା କଲା ଝିଅ

ନୂଆଦିଲ୍ଲୀ: ଦିଲ୍ଲୀରୁ ସମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଜଣେ ଝିଅ ତାଙ୍କ ବାପାଙ୍କୁ ଏକ ଫ୍ରାଇଂ ପ୍ୟାନ୍ ସାହାଯ୍ୟରେ ହତ୍ୟା କରିଥିବା ନେଇ ସୂଚନା ମିଳିଛି । ମୃତ ବାପାଙ୍କ ବୟସ ପ୍ରାୟ ୫୫ ବର୍ଷ ହେବ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମହିଳାଙ୍କୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି । ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ବୁଧୁବାର ଅପରାହ୍ନ ପ୍ରାୟ ୪ଟାରେ, ପୋଲିସ ଷ୍ଟେସନ ଏମଏସ ପାର୍କକୁ ଜିଟିବି ହସ୍ପିଟାଲରୁ ଏକ ସୂଚନା ମିଳିଥିଲା ଯେ ୫୫ ବର୍ଷୀୟ ଟେକ ଚାନ୍ଦ ଗୋଏଲଙ୍କୁ ତାଙ୍କ ପୁଅ ଶିବମ ଆହତ ଏବଂ ଅଚେତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଶିବମଙ୍କ ବୟାନ ଅନୁଯାୟୀ, ଘଟଣା ସମୟରେ ତାଙ୍କ ଭଉଣୀ ଅନୁ (ବୟସ ୩୨), ତାଙ୍କ ମାଆ ବାଲା ଦେବୀ ଏବଂ ତାଙ୍କ ପତ୍ନୀ ପ୍ରିୟା (ବୟସ ୨୯) ଘରେ ଉପସ୍ଥିତ ଥିଲେ। ସେ ଆହୁରି ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀ ପ୍ରୀତିଙ୍କ ଅନୁଯାୟୀ, ମୃତକଙ୍କ ଉପରେ ଅନୁ ଆକ୍ରମଣ କରିଥିଲେ। ଅନୁ ଅବିବାହିତ ଏବଂ ତାଙ୍କ ବାପାମାଆଙ୍କ ସହିତ ରହୁଥିଲେ। ଏହି ମାମଲାରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଉଛି ବୋଲି ପୋଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking