27.1 C
Bhubaneswar
Friday, September 27, 2024
Homeଅପରାଧପ୍ରେମିକ ସହ ମିଶି ଶ୍ୱଶୁରକୁ ମାରିଦେଲା ବୋହୂ!

ପ୍ରେମିକ ସହ ମିଶି ଶ୍ୱଶୁରକୁ ମାରିଦେଲା ବୋହୂ!

କଟକ: ବୋହୂ ପ୍ରେମ କଲା କିନ୍ତୁ ବଳି ପଡିଲା ଶ୍ୱଶୁର । ପୁଅର ଅନୁପସ୍ଥିତିରେ ବୋହୂ ରଖୁଥିଲା ପରପୁରୁଷ ସହିତ ସମ୍ପର୍କ । ପୁଅ ସିନା ଜାଣିପାରୁନଥିଲା ହେଲେ ଶ୍ୱଶୁର ଜାଣିପାରୁଥିଲେ ସବୁକିଛି । କାହିଁକିନା ବୋହୂକୁ ଅନ୍ୟ ଜଣେ ପୁରୁଷ ସହିତ ରୁମରେ ଦେଖିଥିଲେ ଶ୍ୱଶୁର । ଥରେ ନୁହେଁ ଏହାକୁ ମିଶାଇ ତିନି ଥର ଗାଁର ସେହି ଯୁବକ ଜିତୁ ସହିତ ବୋହୁକୁ ଅସଂଜତ ଅବସ୍ଥାରେ ଦେଖିଛନ୍ତି ଶ୍ୱଶୁର । ବାସ୍ ଶ୍ୱଶୁରଙ୍କର ଭୁଲ ଏତିକି ରହିଗଲା ଯେ ସେ କୌଣସି ମତେ ଏସବୁ ଦେଖିଦେଇଥିଲେ । ଯାହାପରେ ଲାଜରେ ମୁଣ୍ଡ ନଇଁ ଯାଇଥିଲା ତାଙ୍କର । ବୋହୂକୁ ତାଗିଦ୍ କରି ପୁଅକୁ ମଧ୍ୟ ଏ ବିଷୟରେ ଜଣାଇଥିଲେ। ପୁଅ ପାରାଦୀପରେ ଗାଡି ଚାଳକ ଅଟନ୍ତି । ସେଥିପାଇଁ ପୁଅ ଘରେ ରହେନି । ହେଲେ ପୁଅର ଅନୁପସ୍ଥିତରେ ନିଜ ବୋହୂକୁ ଅନ୍ୟ ପରପୁରୁଷ ସହିତ ଦେଖିଦେବା ପରେ ଶ୍ୱଶୁରଙ୍କର ଏମିତି ଭାବେ ମୃତ୍ୟୁ ହୋଇଯିବ ତାହା କାହାକୁ ଜଣାନଥିଲା । ବାପାର ଏମିତି ଅକସ୍ମାତ୍ ମୃତ୍ୟୁକୁ ସହିପାରୁନାହାଁନ୍ତି ତାଙ୍କ ଝିଅମାନେ ।

ବାପାକୁ ମରିଶୋଇଥିବାର ଦେଖି ନିଜ କୋହ ସମ୍ଭାଳି ପାରୁନାହାଁନ୍ତି ଝିଅ । ତେବେ ଦର୍ଶକବନ୍ଧୁ ପୂରା ଘଟଣା ସମ୍ପର୍କରେ ଜାଣିବା ପୂର୍ବରୁ ପ୍ରଥମେ ଶୁଣିନିଅନ୍ତୁ ତାଙ୍କ ଝିଅ କଣ କହୁଛନ୍ତି । କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଚକ୍ର ପ୍ରସାଦ ଗାଁରେ ବୃଦ୍ଧାଙ୍କ ସେନ୍ଦେହ ଜନକ ମୃତ୍ୟୁ ଆଲୋଡନ ସୃଷ୍ଟି କରିଛି ପୂରା ଗାଁରେ । ପୂରା ଗାଁରେ ଚହଳ ପଡିଯାଇଛି ଏ ଖବର । ସେଥିପାଇଁ ତ ଗାଁର ଲୋକେ ବି ବୃଦ୍ଧାଙ୍କ ଏପରି ଅକସ୍ମାତ୍ ମୃତ୍ୟୁକୁ ସହିନପାରି ବୋହୁ ନାଁରେ ଟୁପୁରୁ ଟାପୁର ହେଉଛନ୍ତି । କହିବାକୁ ଚାହିଁବୁ ଯେ ବୃଦ୍ଧାଙ୍କ ନାମ ପାଣୁ ବେହେରା ଓ ବୟସ ୬୫ ବର୍ଷ । ପାଣୁଙ୍କର ଝିଅମାନଙ୍କର ଗୋଟିଏ ଜିଦ୍ ବାପାକୁ ଆମର ମାରିଦିଆଯାଇଛି । ଭାଉଜ ଆଉ ତାର ପାପ ପ୍ରେମ ଜିତୁ ମିଶି ଆମ ବାପାକୁ ମାରିଦେଇଛନ୍ତି । ନହେଲେ ମରିବା ପାଇଁ ବାଧ୍ୟ କରିଛନ୍ତି । ଏନେଇ ଥାନାରେ ମଧ୍ୟ ସେମାନେ ଲିଖିତ ଆକାରରେ ସବୁକିଛି ଜଣାଇଛନ୍ତି । ବାପାର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନଥିବା ଝିଅ ସୁକାନ୍ତି ଜୁଡ଼ୁମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking