15.1 C
Bhubaneswar
Monday, February 9, 2026
Homeଅପରାଧଶ୍ୱଶୁରକୁ ବଲ୍ ପରି ବ୍ୟାଟରେ ପିଟିପିଟି ମାରିଦେଲା ବୋହୂ

ଶ୍ୱଶୁରକୁ ବଲ୍ ପରି ବ୍ୟାଟରେ ପିଟିପିଟି ମାରିଦେଲା ବୋହୂ

ଲକ୍ଷ୍ନୌ : ବୋହୂ ସାଜିଲା ପିସାଚ। କ୍ରିକେଟ ପଡ଼ିଆରେ ଯେପରି ବ୍ୟାଟ୍ସମ୍ୟାନ ବ୍ୟାଟରେ ବଲକୁ ଚୌକା ଛକା ମାରେ। ଠିକ୍ ସେହିପରି ବୃଦ୍ଧ ଶ୍ୱଶୁରକୁ ବଲ୍ ପରି ବ୍ୟାଟରେ ପିଟିପିଟି ମାରିଦେଲା ବୋହୂ। ଆଉ ପ୍ରମାଣ ନଷ୍ଟ କରିବା ପାଇଁ ରକ୍ତ ଭିଜା ପୋଷାକକୁ ବଦଳାଇ ଦେଲା ଏବଂ ବ୍ୟାଟକୁ ଲୁଚାଇଦେଲା। ଅବଶ୍ୟ ପୋଲିସ ହାତରୁ ଖସି ଯାଇପାରିଲା ନାହିଁ ଅଭିଯୁକ୍ତ ବୋହୂ। ସିସିଟିଭି ଆଧାରରେ ବୋହୂକୁ ବାନ୍ଧିଲା ପୋଲିସ। କିନ୍ତୁ ବୃଦ୍ଧ ଶ୍ୱଶୁରକୁ ଏପରି ନିର୍ମମ ଭାବରେ କାହିଁକି ହତ୍ୟା କଲା ବୋହୂ।

ଆପଣ ଜାଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ। ଶ୍ୱଶୁର ନାଁରେ ସାଂଘାତିକ ଅଭିଯୋଗ ଆଣିଛି ବୋହୂ। ଏପରି ଏକ ନାରକୀୟ କାଣ୍ଡ ଘଟିଛି ଉତ୍ତରପ୍ରଦେଶର ଗଜିଆବାଦ କବି ନଗର ଅଞ୍ଚଳରେ। ଜଣେ ୬୩ ବର୍ଷୀୟ ବୃଦ୍ଧ ଶ୍ୱଶୁରକୁ ବ୍ୟାଟରେ ଚୌକା ଛକା ମାରିବା ପରି ପିଟିପିଟି ମାରିଦେଇଛି ନିଜ ବୋହୂ। କେବଳେ ସେତିକି ନୁହେଁ ବୋହୂର ଆକ୍ରମଣ ବେଳେ ଶ୍ୱଶୁର ଜଣକ ଖସି ପଳାଇ ଯିବାକୁ ଚେଷ୍ଟା କରିବା ବେଳେ ଧାରୁଆ ଛୁରୀରେ ମଧ୍ୟ ଭୁଷିଛି ପିଶାଚୀ ବୋହୂ। ଆଉ ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ରକ୍ତ ସବୁକୁ ପୋଛି ଦେଇଥିଲା। ଏବଂ ତାଙ୍କ ପୋଷାକ ବଦଳାଇବା ସହ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ବ୍ୟାଟକୁ ମଧ୍ୟ ଲୁଚାଇଦେଇଥିଲା। ତେବେ ଆପଣ ଜାଣିଛନ୍ତି କି ଏପରି ନାରକୀୟ କାଣ୍ଡ କାହିଁକି ଭିଆଇଲା ବୋହୂ।

ତେବେ ପୋଲିସର ସୂଚନାନୂସାରେ, ହତ୍ୟା ପରେ ଯଦିଓ ବୋହୂ ସବୁ ପ୍ରମାଣ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ସିସିଟିଭି ଆଧାରରେ ହତ୍ୟାକାରୀ ପାଖରେ ପହଞ୍ଚି ଯାଇଥିଲା ପୋଲିସ। ଏବଂ ଅଭିଯୁକ୍ତକୁ ଗିରଫ କରିଥିଲା। ଗିରଫ ହେବା ପରେ ଥାନାରେ ସବୁ ସତ କହିଥିଲା ବୋହୂ। ଆଉ କାହିଁକି ଶ୍ୱଶୁରକୁ ହତ୍ୟା କଲା ସେ କଥା ବି ମାନିଥିଲା। ବୋହୂର କହିବା କଥା ଅନେକ ମହିଳାଙ୍କ ସହିତ ଶ୍ୱଶୁରଙ୍କର ଅବୈଧ ସମ୍ପର୍କ ଥିଲା। ସେ ତାଙ୍କୁ ସମ୍ପତ୍ତିରୁ ଭାଗ ଦେବାକୁ ପ୍ରସ୍ତୁତ ନଥିଲେ। ହେଲେ ଦିନେ ସକାଳେ ଏହି ମହିଳାଙ୍କ ପ୍ରତି ଶ୍ୱଶୁର ଦୁର୍ବ୍ୟବହାର କରିଥିଲେ। ପରେ ସଂଧ୍ୟାରେ ଅସଦାଚରଣ ଉଦ୍ୟମ କରିଥିଲେ ଶ୍ୱଶୁର। ତେଣୁ ଅଭିଯୁକ୍ତ ବୋହୂ ରାଗିଯାଇ ଶ୍ୱଶୁରଙ୍କ ମୁଣ୍ଡକୁ କ୍ରିକେଟ୍ ବ୍ୟାଟରେ ତିନି ଥର ଆଘାତ କରିଥିଲେ। ଆକ୍ରମଣ ସମୟରେ ଶ୍ୱଶୁର ପତିରାମ ଖସିଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବୋହୂ ଆରତୀ ତାଙ୍କୁ ପୁଣିଥରେ ଛୁରୀରେ ଆକ୍ରମଣ କରିଥିଲେ। ଏହାପରେ ପତିରାମ ତଳେ ପଡ଼ିଯାଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପୋଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking