32.1 C
Bhubaneswar
Thursday, February 12, 2026
Homeଓଡିଶାମହିଳାଙ୍କୁ ଘୋଷାଡ଼ି ନେବା ଘଟଣା: ୩ ପୁଲିସଙ୍କ ବଦଳି

ମହିଳାଙ୍କୁ ଘୋଷାଡ଼ି ନେବା ଘଟଣା: ୩ ପୁଲିସଙ୍କ ବଦଳି

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସମ୍ମୁଖରେ ଗତ ୨୫ ତାରିଖ ସନ୍ଧ୍ୟାରେ ଜଣେ ଦଳିତ ମହିଳାଙ୍କୁ ପୁଲିସ ଘୋଷାଡି ନେବା ଘଟଣାରେ ଜଣେ କନେଷ୍ଟବଳ, ଜଣେ ଏଏସ୍‌ଆଇ ଏବଂ ଜଣେ ହୋମ ଗାର୍ଡଙ୍କୁ ବଦଳି କରା ଯାଇଛି। ଭଦ୍ରକ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଏସ୍‌ପି ବଦଳି କରିଥିବା ନେଇ ଚାନ୍ଦବାଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି। ତଦନ୍ତ ଚାଲିଥିବାରୁ ଏସ୍‌ପି ନିର୍ଦ୍ଦେଶକ୍ରମେ ସେମାନଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତଦନ୍ତ କରାଯାଉଛି। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗତ ୨୫ ତାରିଖ ସନ୍ଧ୍ୟାରେ ରାଜନଗରର ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ କିଏ ମାରପିଟ କରିଥିବା ନେଇ ଚାନ୍ଦବାଲି ଥାନାକୁ ଅଭିଯୋଗ କରିବା ପାଇଁ ଆସିଥିଲେ। ଏହି ସମୟରେ ଜଣେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଉଥିଲା।

ସେ ଥାନା ସମ୍ମୁଖରୁ ଏକ ନୂଆ ଚପଲ ପିନ୍ଧି ଯାଇଥିବା ବେଳେ ଖୋଳକୁ ସେଠାରେ ଫୋପାଡ଼ି ଦେଇଥିଲେ। ଉକ୍ତ ଖୋଳରେ ମହିଳାଙ୍କ ଝିଅ ଖେଳିଥିଲା। ଝିଅ ଖେଳି ସାରିବା ପରେ ମହିଳା ଜଣଙ୍କ ଏହି ଖୋଳକୁ ଗେଟ୍‌ ପାଖକୁ ଫୋପାଡ଼ି ଦେଇଥିଲେ। ମାତ୍ର ଉକ୍ତ ଖୋଳକୁ ଡଷ୍ଟବିନରେ ପକାଇବାକୁ ଜଣେ କନଷ୍ଟେବଳ ମହିଳାଙ୍କୁ କହିଥିଲେ। ମାତ୍ର ସେ ମନା କରିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କନଷ୍ଟେବଳ ଉକ୍ତ ମହିଳାଙ୍କ ଗାଲକୁ ସାତଆଠ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking