32 C
Bhubaneswar
Tuesday, May 20, 2025
Homeଓଡିଶାକଟକଏସ୍‌ସିବିରେ ଦଲାଲରାଜ, ୨ ଗିରଫ

ଏସ୍‌ସିବିରେ ଦଲାଲରାଜ, ୨ ଗିରଫ

କଟକ: ପୁଣି ଏସସିବି ମେଡିକାଲରୁ ଦୁଇ ଦଲାଲଙ୍କୁ ବାନ୍ଧିଛି ମଙ୍ଗଳାବାଗ ପୁଲିସ । ଜଣେ ରକ୍ତ ଭଣ୍ଡାରରୁ ରକ୍ତ କରାଇ ଦେବା ନା କହି ଜଣେ ରୋଗୀ ସମ୍ପର୍କୀୟଙ୍କ ଠାରୁ ୧୨୦୦ ଟଙ୍କା ନେଉଥିବା ବେଳେ ଅନ୍ୟ ଜଣେ ମେଡିକାଲରେ ଚାକିରି କରାଇଦେବା ନା କହି ଟଙ୍କା ନେବା ଅଭିଯୋଗରେ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ସୁଶାନ୍ତ ଚୌଧୁରୀ ଓ ସୂର୍ଯ୍ୟନାରାୟଣ ସାହୁ । ସୁଶାନ୍ତ ଏସିବିରେ ସିକ୍ୟୁରିଟି ସୁପରଭାଇଜରଭାବେ କାର୍ଯ୍ୟ କରୁଥିବା ବେଳେ ସୂର୍ଯ୍ୟନାରାୟଣ ଏକ ସଂସ୍ଥାରେ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି। ଅଭିଯୋଗ ଅନୁଯାୟୀ ବାଲେଶ୍ୱର ସିମୁଳିଆ ଅଞ୍ଚଳର ରଶ୍ମୀରଞ୍ଜିତା ମହାପାତ୍ରଙ୍କ ସ୍ୱାମୀଙ୍କ ଚିକିତ୍ସା ପାଇଁ ରକ୍ତ ଆବଶ୍ୟକ ଥିଲା ।

କେହି ଡୋନର ନମିଳିବାରୁ ରକ୍ତ କରାଇଦେବା ପାଇଁ ସିକ୍ୟୁରିଟି ସୁପରଭାଇଜର ତଥା ଚୌଦ୍ୱାର ଦୌଲତାବାଦର ସୁଶାନ୍ତ ଚୌଧୁରୀ (୫୨) ରଶ୍ମୀରଞ୍ଜିତାଙ୍କ ଠାରୁ ୧୨ଶହ ଟଙ୍କା ନେଇ ତାଙ୍କୁ ଏକ ବ୍ଲଡ଼ କୁପନ ଧରାଇ ଦେଇଥିଲେ । ତେବେ ବ୍ଲଡ଼ ବ୍ୟାଙ୍କରେ ମହିଳା ଜଣଙ୍କ କୁପନ ଦେବା ବେଳେ ଏହା ନକଲି କୁପନ ବୋଲି ଜଣାପଡ଼ିଥିଲା । ଏଣୁ ମହିଳା ଜଣଙ୍କ ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ । ଅପରପକ୍ଷେ ମେଡିକାଲ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ କଲାପରେ ସୁଶାନ୍ତ ଏଥିରେ ସମ୍ପୃକ୍ତ ବୋଲି ଜଣାପଡ଼ିଥିଲା ।

ପୁଲିସ ଅଭିଯୁକ୍ତ ସୁଶାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷରେ ଏସ୍‌ସିବିରେ ଚାକିରି କରାଇଦେବା କହି ମେଡିକାଲ୍‌ରେ କାର୍ଯ୍ୟକରୁଥିବା ଠିକା ସଂସ୍ଥା ‘ମଞ୍ଜୁଶ୍ରୀ’ର ସୁପରଭାଇଜର ଟଙ୍କା ନେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହୋଇଥିଲା । ପୂର୍ବରୁ ଏହି ସଂସ୍ଥାର ସୁପରଭାଇଜର ମଜବୁର ରେହେମାନ ଗିରଫ ହୋଇଥିବା ବେଳେ ଆଜି ଏହି ମାମଲାର ମାଷ୍ଟରମାଇଣ୍ଡ ଠିକା ସଂସ୍ଥାର ମ୍ୟାନେଜର ତଥା ସ୍ଥାନୀୟ ଥୋରିଆସାହିର ସୂର୍ଯ୍ୟନାରାୟଣ ସାହୁ ପୁଲିସ ହାତରେ (୪୫)ଧରାପଡିଛନ୍ତି । ଜଣକୁ ଚାକିରି କରାଇଦେବା ପାଇଁ ସେ ୫୦ରୁ ୬୦ ହଜାର ଟଙ୍କା ନେଉଥିଲା ବୋଲି ପୁଲିସ ଜାଣିପାରିଛି । ସୂର୍ଯ୍ୟକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ଏଥିରେ ସଂସ୍ଥାର ମୁଖ୍ୟଙ୍କ ତଥା ଅନ୍ୟ କର୍ମଚାରୀଙ୍କ ସମ୍ପୃକ୍ତିକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking