26.7 C
Bhubaneswar
Friday, April 19, 2024
Homeଓଡିଶାଆରମ୍ଭ ହେଲା +୩ ଆବେଦନ ପ୍ରକ୍ରିୟା: ପ୍ରଥମ ଦିବସରେ ୧୨୮୭୮

ଆରମ୍ଭ ହେଲା +୩ ଆବେଦନ ପ୍ରକ୍ରିୟା: ପ୍ରଥମ ଦିବସରେ ୧୨୮୭୮

-୩୧ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟର ସ୍ନାତକ(ୟୁଜି) ପାଠ୍ୟକ୍ରମରେ ୨୦୨୨-୨୩ଶିକ୍ଷା ବର୍ଷ ଲାଗି ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ତେବେ ପ୍ରଥମ ଦିବସରେ ସନ୍ଧ୍ୟା ୮ଟା ୧୫ସୁଦ୍ଧା ୧୨ହଜାର ୮୭୮ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରୁ ଅନ୍‌ଲାଇନ୍‌ରେ ୬୫୮୨ଜଣ ଆବେଦନ କରିଥିବା ବେଳେ ଅନ୍‌ଲାଇନ୍‌ରେ ୬୫୩୮ଜଣ ଫି’ ପୈଠ କରିଛନ୍ତି । ଏହି ଆବେଦନ ପ୍ରକ୍ରିୟା ଅଗଷ୍ଟ ୨୫ତାରିଖ ପର୍ଯ୍ୟନ୍ତ ଚାଲିବ । ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଅଗଷ୍ଟ ୩୧ରେ ପ୍ରକାଶ ପାଇବ । ମେଧା ତାଲିକାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୨ରୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

ସେହିପରି ପରେ ୨ୟ ପର୍ଯ୍ୟାୟ ମେଧା ତାଲିକା ସେପ୍ଟେମ୍ବର ୧୧ ତାରିଖରେ ପ୍ରକାଶ ପାଇବ । ଏଥିରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ସେପ୍ଟେମ୍ବର ୧୨ରୁ ୧୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ୨ଟି ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ଯଦି କୌଣସି କଲେଜରେ ସିଟ୍ ବଳକା ରହେ ତେବେ ୧୬ ତାରିଖ ଅପରାହ୍ଣ ୨ଟାରେ କଲେଜଗୁଡ଼ିକର ସାମ୍ସ ଇ-ସ୍ପେସ୍‌ରେ ପ୍ରକାଶ ପାଇବ । ସେପ୍ଟେମ୍ବର ୧୯ରୁ ଛାତ୍ରଛାତ୍ରୀ ସ୍ପଟ ନାମଲେଖା ପାଇଁ ଆବେଦନ କରିବେ ।

୨୮ ତାରିଖ ସୁଦ୍ଧା ସ୍ପଟ୍ ନାମ ଲେଖା ପ୍ରକ୍ରିୟା ଶେଷ ହେବାକୁ ଥିବାବେଳେ ୨୯ ତାରିଖ ସନ୍ଧ୍ୟା ୭ଟାରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ସାମ୍ସ ପୋର୍ଟାଲରେ ଅପଲୋଡ୍ ହେବ । ତେବେ ଏବର୍ଷ ନାମଲେଖା ସମୟରେ ପିଲାଙ୍କ ଠାରୁ ନାମଲେଖା ଫି’ ଆଦାୟ କରାଯିବ ନାହିଁ । ନାମଲେଖା ଫି’ ଦାଖଲ ପାଇଁ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଦିଆଯିବ । ଚୂଡ଼ାନ୍ତ ନାମଲେଖା ପ୍ରକ୍ରିୟା ସରିବା ପରେ ଛାତ୍ରଛାତ୍ରୀ ନାମଲେଖା ଫି’ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଦାଖଲ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking