35.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶମନ୍ଦିରରେ ଦଳାଚକଟା; ଚାଲିଗଲା ୭ଜଣଙ୍କ ଜୀବନ

ମନ୍ଦିରରେ ଦଳାଚକଟା; ଚାଲିଗଲା ୭ଜଣଙ୍କ ଜୀବନ

ବିହାର : ଆଜି ସକାଳେ ବିହାର ଜେହନାବାଦ ଜିଲ୍ଲାର ଏକ ସିଦ୍ଧେଶ୍ୱର ମନ୍ଦିରରେ ଘଟିଛି ଅଘଟଣ । ଅତ୍ୟଧିକ ଭିଡ଼ ହେତୁ ମନ୍ଦିରରେ ଦଳାଚକଟା ହୋଇ ଚାଲି ଯାଇଛି ୭ ଜୀବନ । ୭ ମୃତକଙ୍କ ମଧ୍ୟରେ ୩ ମହିଳା ଥିବା ଜଣାଯାଇଛି । ଏହି ଅଘଟଣରେ ୯ ଜଣ ଗୁରୁତର ହୋଇଛନ୍ତି। ଶ୍ରାବଣ ମାସ ସୋମବାର ନିମନ୍ତେ ଆଜି ସକାଳେ ସିଦ୍ଧେଶ୍ୱର ମନ୍ଦିରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମହାଦେବଙ୍କୁ ଜଳଲାଗି କରିବା ନିମନ୍ତେ ଭକ୍ତଙ୍କ ଲମ୍ବା ଲାଇନ୍‌ ଲାଗିଥିବା ବେଳେ ସ୍ଥିତି ନିୟନ୍ତ୍ରଣ ନିମନ୍ତେ ପୁଲିସ୍‌ ଫୋର୍ସ ବି ଉପସ୍ଥିତ ଥିଲେ। ହଠାତ୍‌ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାରେ ଧାଁଦୌଡ଼ ହେବାକୁ ଲାଗିଲା।

ଫଳରେ କିଛି ଭକ୍ତ ତଳେ ପଡ଼ି ଯାଇଥିଲେ ଓ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଅଘଟଣ ଖବର ପାଇ ତୁରନ୍ତ ଜିଲ୍ଲାପାଳ ଓ ଏସ୍‌ପି ଘଟଣାସ୍ଥଳକୁ ଯାଇଥିଲେ। ଏହି ଅଘଟଣରେ ୯ ଜଣ ଗୁରୁତର ହୋଇଥିବା ବେଳେ ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ବେଳେ ସେମାନଙ୍କ ଚିହ୍ନଟ ପାଇଁ ଉଦ୍ୟମ ଚାଲିଛି। ଏହି ଘଟଣା ପରେ ତୁରନ୍ତ ଘଟଣାସ୍ଥଳରେ ଅଧିକ ଫୋର୍ସ ମୁତୟନ କରାଯିବା ସହ ସ୍ଥିତିକୁ ନିୟନ୍ତ୍ରଣ କରାଯାଇଛି। ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଥିବା ଜେହନାବାଦ ଜିଲ୍ଲାପାଳ ଅଳଙ୍କୃତା ପାଣ୍ଡେ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking