28.1 C
Bhubaneswar
Monday, February 23, 2026
Homeଓଡିଶାସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ୨୩ ରୁ ୨୫ ବର୍ଷା

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ୨୩ ରୁ ୨୫ ବର୍ଷା

ଭୁବନେଶ୍ୱର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହି ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ଉପରି ଭାଗରେ ୫.୮ କିମି ପର୍ଯ୍ୟନ୍ତ ବ୍ୟାପ୍ତ ଅଛି । ତେବେ ଆସନ୍ତା ୨୧ ତାରିଖ ଦିନ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତର ରୂପ ନେବ । ଏହା ଅବପାତ ରୂପ ନେଇ ବାତ୍ୟା ରୂପ ନେବା ଆପାତତଃ ସ୍ପଷ୍ଟ।

ଅଧିକାଂଶ ମଡେଲ ସମ୍ଭାବ୍ୟ ବାତ୍ୟା ହେବ ବୋଲି ଆକଳନ କରିଛନ୍ତି। ତେବେ ଏହି ବାତ୍ୟାର ଗତିପଥ କେଉଁ ଆଡ଼କୁ ରହିବ, ତୀବ୍ରତା କେତେ ହେବ ଓ କେଉଁଠାରେ ସ୍ଥଳଭାଗ ଛୁଇଁବ ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ଜଣାପଡ଼ିନାହିଁ। ସାମୁଦ୍ରିକ ଝଡ଼ ପାଇଁ ପାଗ ଅନୁକୂଳ ରହିଥିଲେ ମଧ୍ୟ ଏହା ବାତ୍ୟା ରୂପ ନେବ କି ନାହିଁ ଏପର୍ୟ୍ୟନ୍ତ ପାଣିପାଗ ବିଭାଗ ଆକଳନ କରିନାହିଁ। ସମ୍ଭାବ୍ୟ ଅବପାତ ପ୍ରଭାବରେ ଆସନ୍ତା ୨୩ ତାରିଖରୁ ତିନିଦିନ ଧରି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି।

ଜିଏଫଏସ, ଇସିଏମ୍‌ଡବ୍ଲ୍ୟଏଫ, ଏନ୍‌ଏଭିଜିଇଏମ୍‌, ଆଇସିଓଏନ ଏବଂ ଆସେସ-ଜି ଆଦି ଘରୋଇ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି, ଯେ, ଅବପାତ ବାତ୍ୟା ରୂପ ନେବା ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ଅକ୍ଟୋବର ୨୪ ରାତି କିମ୍ବା ୨୫ତାରିଖ ସକାଳେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିପାରେ। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଏବଂ ଓଡ଼ିଶାର ଭଦ୍ରକ ମଧ୍ୟରେ କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ସ୍ଥିତି ଉପରେ ନଜର ରଖିଛି ଏବଂ ବାତ୍ୟା ସଂକ୍ରାନ୍ତରେ କୌଣସି ଆକଳନ କରାଯାଇ ନାହିଁ ବୋଲି ସ୍ପଷ୍ଟ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking