27.1 C
Bhubaneswar
Thursday, February 26, 2026
Homeଓଡିଶାଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଗିରଫ

ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଗିରଫ

କଟକ: କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଗିରଫ । ଏନେଇ ସୂଚନା ଦେଲେ ଭିଜିଲାନ୍ସ ଏସପି । ଖଣି ଅଧିକାରୀଙ୍କ ଘରୁ ନଗଦ ୪ କୋଟି ୨୭ ଲକ୍ଷ ଟଙ୍କା ମିଳିଛି । ଏଯାଏଁ ଭିଜିଲାନ୍ସ ରେଡରେ ନଗଦ ଟଙ୍କା ଜବତରେ ସବୁଠୁ ଅଧିକ ।୨୦୦୪ରେ ମାଇନିଂ ଅଫିସର ଭାବେ ବଲାଙ୍ଗିରରେ ଚାକିରି ଆରମ୍ଭ କରିଥିଲେ । ୨୦୦୬ରୁ ୨୦୦୮ ମସିହା ପର୍ଯ୍ୟନ୍ତ ବାରିପଦାରେ ମାଇନିଂ ଅଫିସର ଥିଲେ । ବ୍ରହ୍ମପୁରରେ ୨୦୦୯ରୁ ୨୦୧୧, କଟକରେ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ଚାକିରି କରିଥିଲେ । ୨୦୧୮ରେ ଆସିଷ୍ଟାଣ୍ଟ ମାଇନିଂ ଅଫିସର ଭାବେ ପ୍ରମୋସନ ପାଇଲେ । ୨୦୨୬ରେ କଟକ ସର୍କଲ ପାଇଁ ଡେପୁଟି ଡାଇରେକ୍ଟର ଭାବେ ପଦୋନ୍ନତି ହୋଇଥିଲା । ମାତ୍ର ୮ ହଜାର ଟଙ୍କାରେ ଦେବବ୍ରତ ଙ୍କ ସରକାରୀ ଚାକିରୀ ଆରମ୍ଭ ହୋଇଥିଲା । ସୂଚନାଥାଉକି,ଖଣି ବିଭାଗର କଟକ ସର୍କଲ ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ମିଳିଛି ୪ କୋଟି ନଗଦ କ୍ୟାସ । ଏମିତିକି ଖଣି ଅଧିକାରୀଙ୍କ ଅଫିସରୁ ୧ ଲକ୍ଷ ୨୦ ହଜାର ଟଙ୍କା ବି ଜବତ କରାଯାଇଛି । ଏଥିସହିତ ୧୩୦ ଗ୍ରାମ ସୁନା ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି । ଗତକାଲି ଦେବବ୍ରତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ କରିଥିଲା । ଜଣେ ଲାଇସେନ୍ସପ୍ରାପ୍ତ କୋଇଲା ଖଣି ବ୍ୟବସାୟୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ଅଭିଯୋଗ ମାମଲାରେ ଭିଜିଲାନ୍ସ ମାଡି ବସିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking