25.1 C
Bhubaneswar
Saturday, February 14, 2026
Homeଓଡିଶାକଟନୀ ଛଟନୀ : ୧୦ଟି ସୋସାଇଟ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ

କଟନୀ ଛଟନୀ : ୧୦ଟି ସୋସାଇଟ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ

ନୟାଗଡ଼: ନୟାଗଡ଼ରେ ଧାନ ମଣ୍ଡିରେ ଅବ୍ୟବସ୍ଥା, ଧାନ କିଣାରେ କଟନୀ ଛଟନୀ ସାଙ୍ଗଙ୍କୁ ମଣ୍ଡିରେ ଆନୁଷଙ୍ଗିକ ଅବ୍ୟବସ୍ଥା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ମିଲର ଏବଂ ସୋସାଇଟି ସମ୍ପାଦକଙ୍କ ମନମାନି ଯୋଗୁ ବିଭିନ୍ନ ମଣ୍ଡିରେ ସପ୍ତାହ ସପ୍ତାହ ଧରି ଉଠି ପାରୁନି ଚାଷୀଙ୍କ ଧାନ । ଏପରି ଅଭିଯୋଗ ପରେ ରାଜ୍ୟ ବିଜେପି କୃଷିକ ସଭାପତିଙ୍କ ନେତୃତ୍ଵରେ ଏକ ଟିମ୍ ବିଭିନ୍ନ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା ପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କୁହାଯାଇଛି ।

ସେପଟେ ଅଭିଯୋଗ ପରେ ୧୦ଟି ସୋସାଇଟ ସମ୍ପାଦକ ଓ ଜଣେ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଥିବା ଜିଲ୍ଲାପାଳ କହିଛନ୍ତି । ମଣ୍ଡିରେ ଚାଲିଛି ମିଲର ଏବଂ ସୋସାଇଟ ସମ୍ପାଦକଙ୍କ ରାଜୁତି । ‘ଆମ କଥାରେ ରାଜି ହୁଏ ନହେଲେ ମଣ୍ଡିରୁ ଧାନ ଉଠିବ ନାହିଁ’ ବୋଲି ଚାଷୀଙ୍କୁ କୁହାଯାଉଥିବା ଅଭିଯୋଗ ହୋଇଛି । ଚାଷୀ ମଣ୍ଡିକୁ ଧାନ ଆଣିଲେ ପ୍ରଥମେ ଚାଷୀଙ୍କ ସହ କଟନୀ ଛଟନୀ ନେଇ ହେଉଛି ମୂଲଚାଲ । ଧାନ ୮କେଜି ୫ ଶହ ଗ୍ରାମ୍ ଓ ଅଖା ପାଇଁ ଦେଢ଼ କେଜି ଧାନ କଟନୀ ଛଟନୀ କରିବାକୁ ଚାଷୀଙ୍କୁ ବାଧ୍ୟ କରାଯାଉଛି।

ଏହାପରେ ଯାଇ ଧାନ ମଣ୍ଡିରୁ ଉଠୁଛି, ଜିଲ୍ଲାର ପ୍ରତି ମଣ୍ଡିରେ ଏହିଭଳି ଧାନ କଟନି ଛଟନୀ କରି ଚାଷୀଙ୍କୁ ମିଲର ମାନେ ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି ଚାଷୀମାନେ । ବାରମ୍ବାର ଅଭିଯୋଗ କଲେ ମଧ୍ୟ ନାଁ ମଣ୍ଡିରେ କଟନି ଛଟନୀ ବନ୍ଦ ହେଉଛି ନା ଚାଷୀଙ୍କ ସ୍ଵାର୍ଥ ପୂରଣ ହେଉଛି । ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି ଖୁଲମଖୁଲା ଚାଲିଛି ମଣ୍ଡିରେ କଟନି ଛଟନୀ ଚାଲିଛି । ସବୁ ଜାଣି ଯୋଗାଣ ବିଭାଗ ଚୁପ୍ ବସିଥ‌ିବା ବେଳେ ସମବାୟ ବିଭା ଦେଖଣାହାରୀ ସାଜିଛି । ଏଥିରେ କେବଳ ମିଲର ଲାଭବାନ ହେଉଛି ତା ତାହା ନୁହଁ ସେବା ସମବାୟ ସମିତି କର୍ମଚାରୀ ଭଲ ରୋଜଗାର କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking