33.1 C
Bhubaneswar
Friday, April 3, 2026
Homeଓଡିଶାଦଲାଲଙ୍କ କବଜାରେ ସୀତାଫଳ ଚାଷୀ

ଦଲାଲଙ୍କ କବଜାରେ ସୀତାଫଳ ଚାଷୀ

ରାୟଗଡା: ରାୟଗଡାର ଦୁର୍ଗମ ପାହାଡ଼ିଆ ଓ ଦୂରଦୂରାନ୍ତ ଅଞ୍ଚଳରୁ ଆସୁଥିବା ଗରିବ ଆଦିବାସୀମାନେ ସୀତାଫଳ ବିକ୍ରି ପାଇଁ ନିଜ ଗାଁରୁ ଦୀର୍ଘ ସମୟ ଧରି ଯାତ୍ରା କରି ରାୟଗଡା ସହରରେ ପହଁଚୁଛନ୍ତି । କିନ୍ତୁ ବଜାର ସୁବିଧାର ଅଭାବ ଓ ଦଲାଲମାନଙ୍କର ଶିକାରରେ ପଡ଼ିବା ଫଳରେ ସେମାନେ ସଠିକ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଗରିବ ଆଦିବାସୀମାନେ ସୀତାଫଳ ଝୁଡି ୧୫୦ ରୁ ୨୦୦ ଟଙ୍କା ହିସାବରେ ଗ୍ରାହକକୁ ବିକ୍ରି କରୁଛନ୍ତି। କିଛି ଦଲାଲମାନେ କମ ଦରରେ ଆଦିବାସୀମାନଙ୍କ ଠାରୁ ସୀତାଫଳ କିଣି ରାଇପୁର , ଭିଳାଇ, ମହାରଷ୍ଟ ,ଆନ୍ଧ୍ର ପ୍ରଦେଶ ସହ ଅନ୍ୟ ରାଜ୍ୟରେ ଉଚ୍ଚ ଦରରେ ବିକ୍ରି କରି ଅଧିକ ଲାଭବାନ ହେଉଛନ୍ତି। ଅପରପକ୍ଷେ ସୀତାଫଳ ପାଇଁ ସ୍ଥାୟୀ ବଜାରର ସୁବିଧା, ସଠିକ ମୂଲ୍ୟ ଓ ମଧ୍ୟସ୍ଥମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଦାବୀ କରିଛନ୍ତି ରାୟଗଡା ବାସିନ୍ଦା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking