ଭୁବନେଶ୍ୱର : ସରକାର ଦେଲେ ମାଓବାଦୀ ଓ ମାଓବାଦୀ ପ୍ରବଣ ଜିଲ୍ଲା ସଂଖ୍ୟା । ରାଜ୍ୟରେ ୧୦୦ରୁ ୧୨୦ ମାଓବାଦୀ ସକ୍ରିୟ ଅଛନ୍ତି । ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି ।୨୦୧୮-୧୯ରେ ୧୫ଟି ଜିଲ୍ଲା ମାଓ ପ୍ରଭାବିତ ହୋଇଥିଲା । ବର୍ତ୍ତମାନ ୧୦ଟି ଜିଲ୍ଲା ମାଓବାଦୀ ପ୍ରଭାବିତ ଜିଲ୍ଲା ଅଛି । କଳାହାଣ୍ଡି , କନ୍ଧମାଳ, ବଲାଙ୍ଗୀର, ମାଲକାନଗିରି ନବରଙ୍ଗପୁର , ନୂଆପଡା, ରାୟଗଡା ମାଓ ପ୍ରଭାବିତ ଜିଲ୍ଲା । ବରଗଡ , କୋରାପୁଟ , ବୌଦ୍ଧ ମାଓ ପ୍ରଭାବିତ ଜିଲ୍ଲା ।