28.1 C
Bhubaneswar
Friday, April 3, 2026
Homeଓଡିଶାଓଡ଼ିଶୀ ଗବେଷଣା କେନ୍ଦ୍ରରେ ସାଂସ୍କୃତିକ ସନ୍ଧ୍ୟା : ଛାନ୍ଦ ଓ ଚମ୍ପୂ ଓଡ଼ିଆ ସ୍ୱାଭିମାନର ପ୍ରତୀକ

ଓଡ଼ିଶୀ ଗବେଷଣା କେନ୍ଦ୍ରରେ ସାଂସ୍କୃତିକ ସନ୍ଧ୍ୟା : ଛାନ୍ଦ ଓ ଚମ୍ପୂ ଓଡ଼ିଆ ସ୍ୱାଭିମାନର ପ୍ରତୀକ

ଭୁବନେଶ୍ୱର: ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆଜି “ଛାନ୍ଦ ଓ ଚମ୍ପୂ”କୁ ନେଇ ଏକ ବିଶେଷ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ନିଜର ଅଭିଭାଷଣରେ ସେ କହିଥିଲେ ଯେ, “ଛାନ୍ଦ ଓ ଚମ୍ପୂ ହେଉଛି ଓଡ଼ିଆ ସ୍ୱାଭିମାନର ପ୍ରତୀକ। ଓଡ଼ିଶୀ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟ ଆମକୁ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଛି। ଛାନ୍ଦ, ଚମ୍ପୂ, ଚଉତିଶା ଆଦିକୁ ନେଇ ଆମେ ସର୍ବଦା ଗର୍ବିତ ଅନୁଭବ କରିଥାଉ। ତେଣୁ ଆମ ଯୁବ ସଙ୍ଗୀତଜ୍ଞମାନେ ଭବିଷ୍ୟତରେ ଯେପରି ଆମର ଏହି ସମୃଦ୍ଧ ସଙ୍ଗୀତ ପରମ୍ପରାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ କରିବେ, ସେ ଦିଗରେ ଗୁରୁତ୍ୱାରୋପ କରିବା ଉଚିତ। ଏଥିସହ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଓଡ଼ିଆ ସଂସ୍କୃତିକୁ ନେଇ ଉତ୍ସବ ମୁଖର ହେବାର ସମୟ ଉପନୀତ ହୋଇଛି। ତେଣୁ ଓଡ଼ିଆ ଅସ୍ମିତାର ଏହି ମହାପର୍ବରେ ନିଜକୁ ସାମିଲ କରିବା ଏବଂ ଓଡ଼ିଆ ସଂସ୍କୃତିକୁ ବିଶ୍ୱ ବିଦିତ କରିବା ଲକ୍ଷ୍ୟରେ ନିଜର ପ୍ରୟାସ ଜାରି ରଖିବା” ବୋଲି ଶ୍ରୀ ଦାଶ ମତପ୍ରକାଶ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ପ୍ରଫେସର ଗୁରୁ ରାମହରି ଦାସ, ଶ୍ରୀମତୀ ଉର୍ମିଳା ପ୍ରଧାନ, ଗୁରୁ କେଶବ ଚନ୍ଦ୍ର ରାଉତ, ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର, ଡ଼. ଧିରଜ କୁମାର ମହାପାତ୍ର, ଶ୍ରୀ ପ୍ରଦୀପ କୁମାର ପଣ୍ଡା, ଶ୍ରୀ ବିବେକାନନ୍ଦ ରାଉତ, ଡ଼. ହିମାଂଶୁ ଶେଖର ସ୍ୱାଇଁ, ସୁଶ୍ରୀ ବିଜୟ ଲକ୍ଷ୍ମୀ ରାଉତରାୟ, ଶ୍ରୀମତୀ ପ୍ରୀତିନନ୍ଦା ପରିଡ଼ା, ଶ୍ରୀ ସୌମ୍ୟ ବିଶ୍ୱଜିତ ପ୍ରମୁଖ ଛାନ୍ଦ ଓ ଚମ୍ପୂ ପରିବେଷଣ କରିଥିଲେ। ସମସ୍ତ କଳାକାରମାନଙ୍କୁ ଆଜିର ଏହି ସାଂସ୍କୃତିକ ସନ୍ଧ୍ୟାରେ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମକୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking