ଭୁବନେଶ୍ୱର: କାକୁଡ଼ି ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ । ଏହା ଖାଇଲେ ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗିବ ନାହିଁ । କାକୁଡ଼ିରେ ଥିବା ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ଶରୀର ପାଇଁ ବହୁତ ଉପକାରୀ । ଏଥିରେ ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭରପୁର ହୋଇଥିବାରୁ ରକ୍ତଚାପରେ ପୀଡ଼ିତ ଲୋକଙ୍କ ପାଇଁ ଭାଲଦାୟକ । ପ୍ରତିଦିନ ଗୋଟିଏ କପ୍ କାକୁଡ଼ି ରସ ପିଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ । କାକୁଡ଼ିରେ ଭିଟାମିନ୍ ଏ ଏବଂ ସି ଭରପୁର ମାତ୍ରାରେ ଥାଏ । ତେବ ଆପଣ ଜାଣିଛନ୍ତି କି ? ଗ୍ରୀଷ୍ମ ଋତୁରେ ପ୍ରତିଦିନ କାକୁଡ଼ି ରସ ପିଇବା ଦ୍ୱାରା ଶରୀରରେ କ’ଣ ପରିବର୍ତ୍ତନ ହୁଏ ? ତେବେ ଆସନ୍ତୁ ଜାଣିବା ଏନେଇ କ’ଣ କହୁଛନ୍ତି ଡାକ୍ତର ଶ୍ରୀଲତା ।
ଗ୍ରୀଷ୍ମ ଋତୁରେ କାକୁଡ଼ି ରସ ପିଇବା କେତେ ଲାଭଦାୟକ?
ଡାଏଟିସିଆନ୍ ଡାକ୍ତର ଶ୍ରୀଲତା କହିଛନ୍ତି,”କାକୁଡ଼ି ରସ ଏକ ଭଲ ଡିଟକ୍ସ ପାନୀୟ ଭାବରେ କାର୍ଯ୍ୟ କରେ । ଯଦି ଆପଣ ପ୍ରତିଦିନ ସକାଳେ ଏହି ରସ ପିଅନ୍ତି, ତେବେ ଶରୀରରୁ ସମସ୍ତ ଅପଚୟ ପଦାର୍ଥ ସହଜରେ ବାହାରକୁ ବାହାରିଯିବ । ଏହା ଶରୀରକୁ ସଫା କରିଥାଏ ଏବଂ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ । ପ୍ରତିଦିନ କାକୁଡି ରସ ପିଇବା ଦ୍ୱାରା ଶରୀରର ଅତିରିକ୍ତ ଚର୍ବି ହ୍ରାସ ହୁଏ । ଓଜନ ମଧ୍ୟ ଶୀଘ୍ର ହ୍ରାସ ପାଏ । ପେଟର ଚର୍ବି ସହଜରେ ତରଳାଇବାରେ ମଧ୍ୟ ସାହାଯ୍ୟ କରେ । କାକୁଡ଼ି ରସ ଅଧିକ ଓଜନ ଥିବା ଲୋକଙ୍କ ପାଇଁ ବହୁତ ଲାଭଦାୟକ । ତେଣୁ ଏହାକୁ ପ୍ରତିଦିନ ସେବନ କରିବା ଭଲ ।
ହୃଦଘାତର ଆଶଙ୍କା କମ୍
କାକୁଡ଼ି ରସ ଶରୀରର ଉତ୍ତାପକୁ ହ୍ରାସ କରେ ।ଗୋଟିଏ ଛୋଟ କାକୁଡ଼ିରେ ପ୍ରାୟ ୯୬ ପ୍ରତିଶତ ପାଣି ଥାଏ । କୁହାଯାଏ ଯେ ଗ୍ରୀଷ୍ମ ଋତୁରେ କାକୁଡ଼ି ରସ ପିଇବା ଦ୍ୱାରା ଶରୀର ହାଇଡ୍ରେଟେଡ୍ ରହିଥାଏ । କାକୁଡିରେ ଥିବା ମ୍ୟାଗ୍ନେସିୟମ ଆପଣଙ୍କୁ ଭଲ ନିଦରେ ସାହାଯ୍ୟ କରେ । ଏହା ଶରୀରକୁ ବହୁତ ଆରାମ ଦିଏ । ଏହା ଆପଣଙ୍କୁ ଅନିଦ୍ରା ସମସ୍ୟାରୁ ମୁକ୍ତି ଦେଇପାରିବ । ଏଥିରେ ଥିବା ପୋଟାସିୟମ ଉଚ୍ଚ ରକ୍ତଚାପ କମ କରିବାରେ ସାହାଯ୍ୟ କରେ ।ଏହା ଆମ ଶରୀରରେ ଡ଼ାଇବେଟିସ ଏବଂ କୋଲେଷ୍ଟ୍ରଲ୍ ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖେ । କାକୁଡ଼ି ରସ ହୃଦୟକୁ ସୁସ୍ଥ ରଖେ ଏବଂ ହୃଦଘାତର ଆଶଙ୍କା କମାଇଥାଏ ।