23.1 C
Bhubaneswar
Monday, February 23, 2026
Homeଦେଶ ବିଦେଶଭୂମିକମ୍ପରେ ଥରିଲା କ୍ୟୁବା

ଭୂମିକମ୍ପରେ ଥରିଲା କ୍ୟୁବା

ନୂଆଦିଲ୍ଲୀ : ଭୁମିକମ୍ପରେ ଥରିଲା କ୍ୟୁବା ।  ରବିବାର ଦକ୍ଷିଣ କ୍ୟୁବାରେ  ଦୁଇଟି  ଶକ୍ତିଶାଳୀ  ଭୂମିକମ୍ପ ଅନୁଭୂତ  ହୋଇଥିବା  ଭୂବିଜ୍ଞାନୀମାନେ କହିଛନ୍ତି ।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬,୮ ରେକର୍ଡ କରାଯାଇଛି  । ଠିକ ଏହାର ଆଣ୍ଟାକ ପୂର୍ୱରୁ ୫.୯ ତୀବ୍ରତାର  ଭୁମିକମ୍ପ ହୋଇଥିଲା ।  ଏହି ଭୂକମ୍ପର କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ସାଣ୍ଟିଆଗୋ ଡି କ୍ୟୁବା ଏହାର ଆଖପାଖ ଅଞ୍ଚଳର ଘର ଗୁଡ଼ିକ ଥରିବାକୁ ଲାଗିଥିଲା। ଫଳରେ ଲୋକେ ଭୟଭିତ ହୋଇପଡିଥିଲେ। ଭୟରେ ଘର ଛାଡ଼ି ସେମାନେ ବାହାରକୁ ଚାଲି ଆସିଥିଲେ। ଏହି ଘଟଣାରେ କ୍ୟୁବାର ରାଷ୍ଟ୍ରପତି ମିଗୁଏଲ ଡିଆଜ-କାନେଲ ଟ୍ୱିଟରରେ କହିଛନ୍ତି ଯେ ଭୂକମ୍ପ ଯୋଗୁଁ ଭୂସ୍ଖଳନ ଘଟିଛି। କିଛି ଘର ଓ ବିଦ୍ୟୁତ ତାର କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking