26.1 C
Bhubaneswar
Friday, April 3, 2026
Homeଓଡିଶାଦଳିଦେଲା ଦନ୍ତା , ଚାଲିଗଲା ୨ ଜୀବନ

ଦଳିଦେଲା ଦନ୍ତା , ଚାଲିଗଲା ୨ ଜୀବନ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଅଘଟଣ । ହାତୀ ଆକ୍ରମଣରେ ଗଲା ୨ ଜୀବନ । ଦୀର୍ଘ ଦିନ ଧରି ଉପଦ୍ରବ ମଚାଉଥିବା ଝାଡଖଣ୍ଡୀ ହାତୀପଲ ସମସ୍ତଙ୍କ ନିଦ ହଜାଇଥିବା ବେଳେ ସୋମବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ପଟୁ ଏକ ଦନ୍ତାହାତୀ ହାତୀ ମୟୂରଭଞ୍ଜ ସୀମାକୁ ପ୍ରବେଶ କରି ଦେଉଳି, ରାସଗୋବିନ୍ଦପୁର ଓ ବେତନଟୀ ରେଞ୍ଜ ଅଞ୍ଚଳରେ ଉପଦ୍ରବ ରଚିଛି। ଘଟଣାରେ ଶୁଳିଆପଦା ଥାନା ଅଞ୍ଚଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ବନବିଭାଗ ଦ୍ବାରା ଚିକିତ୍ସାଧୀନ ଅଛନ୍ତି। ମୃତକ ହେଲେ ପାକଟିଆ ସୋନପୁରିଆ ଗ୍ରାମର ରଘୁନାଥ ହେମ୍ବ୍ରମ। ଆହତ ଦ୍ବୟ ହେଲେ ପୋଖରିଆ ଗ୍ରାମର ଲୁସକି ସୋରେନ ଓ ତାଡକି ଗ୍ରାମର ସର୍ବେଶ୍ବର ସିଂ। ସେହିପରି ଆଜି ସକାଳ ୬ଟା ସମୟରେ ଏହି ଦନ୍ତା ମୋରଡା ଥାନା ଅଧୀନ ଘୋଳମୁହାଁ ପଞ୍ଚାୟତ ଉଲିଡ଼ିହି ଗ୍ରାମର ଜଣେ ମହିଳାଙ୍କ ମଧ୍ୟ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି ମୃତକ ହେଲେ ତୁରାମ ହେମ୍ବ୍ରମଙ୍କ ସ୍ତ୍ରୀ ସାକ୍ରା। ତାପରେ ହାତୀପଲ ବେତନଟୀ ରେଞ୍ଜରେ ପ୍ରବେଶ କରି ଆଣୁଆ ଗ୍ରାମର ସୁଗା ମହାନ୍ତଙ୍କୁ ଗୁରୁତର ଆହତ କରିଛି। ଆହତଙ୍କୁ ବନବିଭାଗ ଦ୍ବାରା ପିଆରଏମ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ନିଆଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking