26.1 C
Bhubaneswar
Tuesday, October 8, 2024
Homeଦେଶ ବିଦେଶନବଜାତ ଶିଶୁର ପାଟିରେ ଲଙ୍କାଗୁଣ୍ଡ ଭର୍ତ୍ତି କରିଦେଲା ନିର୍ଦ୍ଦୟୀ ମା’

ନବଜାତ ଶିଶୁର ପାଟିରେ ଲଙ୍କାଗୁଣ୍ଡ ଭର୍ତ୍ତି କରିଦେଲା ନିର୍ଦ୍ଦୟୀ ମା’

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାର କାଶମ୍ବିରେ ହୃଦୟ ବିଦାରକ ଘଟଣା ଘଟିଛି । ଯେଉଁଠି ନିର୍ଦ୍ଦୟୀ ମା’ ନବଜାତ ଶିଶୁର ପାଟିରେ ଲଙ୍କାଗୁଣ୍ଡ ଭର୍ତ୍ତି କରିଥିବା ଅଭିଯୋଗ ହୋଇଛି । ନବଜାତଙ୍କ ବାପା ପୋଲିସ ନିକଟରେ ନିର୍ଦ୍ଦୟୀ ମା’ ବିରୋଧରେ ଅଭିଯୋଗ କରିଛନ୍ତି । ମନଝାପୁର କୋତୱାଲି ଅଞ୍ଚଳରେ ସତ୍ୟେନ୍ଦ୍ର କୁମାର ବହରାଇଚରେ ସରକାରୀ ଶିକ୍ଷକ ଭାବେ କାମ କରନ୍ତି । ଦୁଇ ବର୍ଷ ପୂର୍ବେ ସତ୍ୟେନ୍ଦ୍ରଙ୍କ ବିବାହ ଶ୍ୱେତାଙ୍କ ସହିତ ହୋଇଥିଲା । ବିବାହ ପରେ ସବୁକିଛି ଠିକ୍ ଚାଲିଥିଲା । ୧୦ ମାସ ପୂର୍ବେ ଶ୍ୱେତା ଶିଶୁପୁତ୍ରୀଙ୍କୁ ଜନ୍ମ ଦେଇଥିଲେ । ଝିଅ ଜନ୍ମ ହେବା ପରେ ଶ୍ୱେତାଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ସତ୍ୟେନ୍ଦ୍ର ପଢାଇବା ପାଇଁ ସ୍କୁଲ ଯିବା ପରେ ପତ୍ନୀ ଶ୍ୱେତା ଝିଅକୁ ନିର୍ଦ୍ଦୟ ଭାବେ ପିଟୁଥିଲେ । ସତ୍ୟେନ୍ଦ୍ରକୁ ଏ ବିଷୟରେ ପଡୋଶୀ ଖବର ଦେଇଥିଲେ ।

ଏହହାପରେ ସତ୍ୟେନ୍ଦ୍ର ନିଜ ପରିବାର ସମସ୍ତଙ୍କୁ ନେଇ ଗାଁକୁ ଚାଲିଯାଇଥିଲେ । ଏହାପରେ ମଧ୍ୟ ଶ୍ୱେତାଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସିନଥିଲା । ପରିବାର ଲୋକଙ୍କୁ ସତ୍ୟେନ୍ଦ୍ର ଏ ବିଷୟରେ କହିବା ପରେ କେହି ବିଶ୍ୱାସ କରିନଥିଲେ । ତେଣୁ ସତ୍ୟେନ୍ଦ୍ର ନିଜ ମୋବାଇଲରେ ଲୁଚି ଭିଡିଓ କରିଥିଲେ । ଭିଡିଓରେ ଶ୍ୱେତା କଅଁଳା ଝିଅକୁ ମାରୁଥିବାର ଦେଖିବାକୁ ମିଳିଛି । ସତ୍ୟେନ୍ଦ୍ର କହିଛନ୍ତି, ଶ୍ୱେତା ନିଜ ଝିଅ ପାଟିରେ ଲଙ୍କା ଗୁଣ୍ଡ ଭର୍ତ୍ତି କରିଦେଇଥିଲା ଏବଂ ମାରି ଦେବାକୁ ଚେଷ୍ଟା କରୁଥିଲା । ସତ୍ୟେନ୍ଦ୍ର ପୋଲିସ ନିକଟର ଏହି ଭିଡିଓ ଦେଖାଇବା ପରେ ପୋଲିସ ଅଭିଯୋଗକୁ ଗ୍ରହଣ କରିଛି । ଏହି ମାମଲାରେ ଡିଏସପି ସତ୍ୟେନ୍ଦ୍ର ତିୱାରୀ କହିଛନ୍ତି, ବ୍ୟକ୍ତି ଜଣକ ନିଜ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପତ୍ନୀ ୧୦ ମାସର ଶିଶୁକନ୍ୟାକୁ ନିର୍ଦ୍ଦୟୀ ଭାବେ ପିଟୁଥିବା ବେଳେ କାନ୍ଦିବାରୁ ପିଲା ପାଟିରେ ଲଙ୍କାଗୁଣ୍ଡ ଭରିଦେଉଥିଲେ । ପୋଲିସ ଏହି ମାମଲାର ଯାଞ୍ଚ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking