27.1 C
Bhubaneswar
Saturday, April 4, 2026
Homeଦେଶ ବିଦେଶ୫ ଦିନରେ ୬% ମହଙ୍ଗା ହେଲା ଅଶୋଧିତ ତୈଳ; ପେଟ୍ରୋଲ, ଡିଜେଲ ମୂଲ୍ୟ ବଢ଼ିବା ଆଶଙ୍କା

୫ ଦିନରେ ୬% ମହଙ୍ଗା ହେଲା ଅଶୋଧିତ ତୈଳ; ପେଟ୍ରୋଲ, ଡିଜେଲ ମୂଲ୍ୟ ବଢ଼ିବା ଆଶଙ୍କା

ନୂଆଦିଲ୍ଲୀ: ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିବ ନାହିଁ। ଭାରତରେ ପେଟ୍ରୋଲ-ଡିଜେଲ୍ ମୂଲ୍ୟ ଆକାଶ ଛୁଆଁ ହୋଇପାରେ। ସାଧାରଣ ଲୋକଙ୍କୁ ମଧ୍ୟ ଏକ ଉଚ୍ଚ ମୁଦ୍ରାସ୍ଫୀତିର ସାମ୍ନା କରିବାକୁ ପଡିପାରେ। ଏପରି ଏକ ଆଶଙ୍କା ସୃଷ୍ଟି ହୋଇଛି। ରୁଷ୍ ଏବଂ ଇରାନ୍ ଉପରେ ୟୁଏଇର ପ୍ରତିବନ୍ଧକ ଯୋଗୁ ଅଶୋଧିତ ତୈଳ ଯୋଗାଣରେ ବାଧା ସୃଷ୍ଟି ହୋଇଛି। ଏହି କାରଣରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବଡ଼ ପରିମାଣର ଅଭାବ ଦେଖାଦେଇଛି। ସୁତରାଂ ଗତ ୫ ଦିନ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ୬% ପର୍ଯ୍ୟନ୍ତ ବୃଦ୍ଧି ପାଇଛି, ଯାହାକି ଗତ ୩ ସପ୍ତାହ ମଧ୍ୟରେ ସର୍ବୋଚ୍ଚସ୍ତର ଅଟେ।

ଗୋଟିଏ ପଟେ ଅଶୋଧିତ ତୈଳ ଯୋଗାଣ ହ୍ରାସ ସାଙ୍ଗକୁ ବିଶ୍ୱ ଫେଡେରାଲ୍ ରିଜର୍ଭ ଦ୍ୱାରା ଅଶୋଧିତ ତୈଳର ଚାହିଦା କ୍ରମାଗତ ଭାବେ ବଢ଼ିବା ଏବଂ ଅନ୍ୟପଟେ ଆମେରିକାର ସୁଧ ହାର ହ୍ରାସ ପାଇବା ଯୋଗୁ ଅଶୋଧିତ ତୈଳ କ୍ରୟ ଦର ବୃଦ୍ଧି ପାଇଛି। ତେବେ ଯଦି ସମାନ ପରିସ୍ଥିତି ଜାରି ରୁହେ ଏବଂ ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ବଜାରରେ ହ୍ରାସ ନପାଏ ତେବେ ଆଗାମୀ କିଛି ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ମହଙ୍ଗା ହେବା ଏକରକମ ନିଶ୍ଚିତ। ମୋଟାମୋଟି ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବର୍ତ୍ତମାନ ବାହ୍ୟ ଜଗତ ଉପରେ ପଡ଼ିବା ଆରମ୍ଭ କରିଛି। ଏହାଦ୍ୱାରା ଭାରତ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ବ୍ରେଣ୍ଟ ୧.୦୮ ଡଲାର ତଥା ୧.୫ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୭୪.୪୯ ଡଲାରରେ ପହଞ୍ଚିଛି। ଆମେରିକାର ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ୍ (ଡବ୍ଲ୍ୟୁଟିଆଇ) ଅଶୋଧିତ ମୂଲ୍ୟ ୧.୨୭ ଡଲାର ତଥା ୧.୮ ପ୍ରତିଶତ ବୃଦ୍ଧି ହୋଇ ୭୧.୨୯ ଡଲାରରେ ପହଞ୍ଚିଛି। ବିଶେଷଜ୍ଞଙ୍କ କହିବାନୁସାରେ ୨୦୨୫ ଆରମ୍ଭ ପର୍ଯ୍ୟନ୍ତ ଏହା ଏକ ଉଚ୍ଚ ସ୍ତରରେ ରହିବ। ୟୁରୋପୀୟ ସଂଘ ମଧ୍ୟ ରୁଷ ବିରୋଧରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇବାକୁ ରାଜି ହୋଇଛି। ଆମେରିକା ମଧ୍ୟ ଏହିପରି ଅନେକ ପଦକ୍ଷେପ ଉପରେ ବିଚାର କରୁଛି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking