17.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିବା ସିଆର୍‌ପିଏଫ୍ ଯବାନ ବରଖାସ୍ତ

ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିବା ସିଆର୍‌ପିଏଫ୍ ଯବାନ ବରଖାସ୍ତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ (ସିଆର୍‌ପିଏଫ୍‌) ୪୧ ବାଟାଲିଅନ୍‌ର ଜଣେ ଯବାନ ମୁନୀର୍ ଅହମଦଙ୍କୁ ତତ୍କାଳ ପ୍ରଭାବରେ ଚାକିରିରୁ ବରଖାସ୍ତ କରିଛି। କନ୍‌ଷ୍ଟେବଳ ପଦରେ ନିଯୁକ୍ତ ମୁନୀର୍ ଜଣେ ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିଲେ ଏବଂ ଏହି ବିଷୟ ସମସ୍ତଙ୍କଠାରୁ ଲୁଚାଇ ରଖିଥିଲେ। ପତ୍ନୀ ପାକିସ୍ତାନୀ ନାଗରିକ ହୋଇଥିବା ଜାଣି ମଧ୍ୟ ଭିସା ଅବଧି ଶେଷ ପରେ ମଧ୍ୟ ମୁନୀର୍ ତାଙ୍କୁ ପାଖରେ ରଖିଥିଲେ। ସେ ଜାଣିଶୁଣି ପାକିସ୍ତାନୀ ନାଗରିକଙ୍କୁ ନିଜ ଘରେ ଶରଣ ଦେଇଥିଲେ। ଏହା ଜଣାପଡ଼ିବା ପରେ ମୁନୀର୍‌ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଧିକାରୀଙ୍କ ସୂତ୍ରରୁ ଶନିବାର କୁହାଯାଇଛି ମୁନୀର୍‌ଙ୍କ ଏହି ପଦକ୍ଷେପ ଜାତୀୟ ସୁରକ୍ଷା ପାଇଁ ହାନିକାରକ। ସିଆର୍‌ପିଏଫ୍ ମୁଖପାତ୍ର ଡିଆଇଜି ଏମ୍ ଦିନାକରନ୍ ମିଡିଆକୁ ଜଣାଇଛନ୍ତି, ଯେଉଁ ନିୟମ ଅଧୀନରେ ଯାଞ୍ଚ୍‌ର ଆବଶ୍ୟକତା ନଥାଏ ସେହି ନିୟମ ଅନୁସାରେ ମୁନୀର୍‌ଙ୍କୁ ସେବାର ବରଖାସ୍ତ କରାଯାଇଛି। ସୂଚନାଯୋଗ୍ୟ, ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବା ପାଇଁ କୁହାଯିବା ପରେ ମୁନୀର୍ ପାକିସ୍ତାନୀ ମହିଳା ମେନଲ୍ କାନ୍‌ଙ୍କୁ ବିବାହ କରିଥିବା ଜଣାପଡ଼ିଥିଲା। ଦୁହେଁ ଗତବର୍ଷ ମେ ୨୪ ତାରିଖରେ ଏକ ଭିଡିଓ କଲ୍ ଜରିଆରେ ବିବାହ କରିଥିଲେ। ସିଆର୍‌ପିଏଫ୍‌ର ତଦନ୍ତରୁ ଜଣାପଡ଼ିଥିଲା ଯେ ମୁନୀର୍ ନିଜ ବିବାହ ଏବଂ ମେନଲ୍ ଭାରତରେ ରହୁଥିବା ସମ୍ପର୍କରେ ସମ୍ବନ୍ଧିତ ଅଧିକାରୀଙ୍କୁ ସୂଚନା ଦେଇନଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking