ନୂଆଦିଲ୍ଲୀ :ଭାରତୀୟ ଦଳର ଷ୍ଟାର ଖେଳାଳି ବିରାଟ କୋହଲି ଆଜି ୧୩ ବର୍ଷ ପରେ ପୁଣି ରଣଜୀ ମୈଦାନକୁ ଓହ୍ଲାଇଛନ୍ତି । କୋହଲି ଦିଲ୍ଲୀ ପାଇଁ ରେଲଓ୍ବେ ବିପକ୍ଷରେ ଖେଳୁଛନ୍ତି । ଏହି ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି । ମ୍ୟାଚରେ ଦିଲ୍ଲୀ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଆଉ ବ୍ୟାଟିଂ କରୁଛି ରେଲଓ୍ବେ ଦଳ । ଏହି ମ୍ୟାଚରେ ଆଜି ବିରାଟ କୋହଲି ଖେଳୁଥିବାରୁ ତାଙ୍କୁ ଦେଖିବାକୁ ଅରୁଣ ଜେଟଲୀ ଷ୍ଟାଡିୟମ ବାହାରେ ଖଚାଖଚ ଭିଡ ଦେଖିବାକୁ ମିଳିଛି । ଏହି ଘଟଣାରେ ୩ ଜଣ ପ୍ରଶଂସକ ଆହତ ହୋଇଥିବା ବେଳେ ଗୋଟେ ବାଇକ ନଷ୍ଟ ହୋଇଯାଇଛି । ଆହତ ଫ୍ୟାନ୍ସଙ୍କୁ ଡିଡିସିଏ ଆଉ ପୋଲିସ କର୍ମୀ ଉଦ୍ଧାର କରି ଚିକିତ୍ସା କରିଛନ୍ତି ।










