21.1 C
Bhubaneswar
Wednesday, February 4, 2026
Homeଓଡିଶାନୂଆବର୍ଷ ପୂର୍ବରୁ ପୁରୀରେ ପର୍ଯ୍ୟଟକଙ୍କ ଭିଡ଼: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆବର୍ଷ ପୂର୍ବରୁ ପୁରୀରେ ପର୍ଯ୍ୟଟକଙ୍କ ଭିଡ଼: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପୁରୀ: ନୂଆବର୍ଷ ପୂର୍ବରୁ ପୁରୀରେ ପର୍ଯ୍ୟଟକଙ୍କ ଭିଡ଼। ଶ୍ରୀମନ୍ଦିର ଦର୍ଶନ ପାଇଁ ପର୍ଯ୍ୟଟକ ଏବଂ ଭକ୍ତମାନେ ବହୁ ସଂଖ୍ୟାରେ ଆସିବା ଆରମ୍ଭ କରିଛନ୍ତି। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ଜଗନ୍ନାଥ ମନ୍ଦିର ବିଶେଷ ଭାବରେ ଭିଡ଼ ହୋଇଗଲାଣି। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ଜନସାଧାରଣଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି। ନୂତନ ବର୍ଷରେ ପ୍ରାୟ ଚାରି ଲକ୍ଷ ପରିଦର୍ଶକଙ୍କ ଆଗମନକୁ ପୋଲିସ ଆଶା କରୁଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସହରରେ ପ୍ରାୟ ୬୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୧୦ ଜଣ ଅତିରିକ୍ତ ଏସପି, ୩୩ ଜଣ ଡିଏସପି ଏବଂ ୩୦୦ରୁ ଅଧିକ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି। ପ୍ରଭୁ ଜଗନ୍ନାଥଙ୍କ ଶାନ୍ତିପୂର୍ଣ୍ଣ, ନିରାପଦ ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ, ପୋଲିସ ମନ୍ଦିର ପ୍ରବେଶ ପଥରେ ବ୍ୟାରିକେଡ୍ ନିର୍ମାଣ କରିଛି। ଭିଡ଼ ପରିଚାଳନା ପାଇଁ ମନ୍ଦିର ଭିତରେ ଏବଂ ବାହାରେ ସ୍ୱତନ୍ତ୍ର ସୁରକ୍ଷା ୟୁନିଟ୍ ମୁତୟନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking