28.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼

ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼

ଅଯୋଧ୍ୟା: ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିବାରେ ଲାଗିଛି । କୁମ୍ଭମେଳା ପାଇଁ ବିଦେଶ ଓ ଦେଶର ବିଭିନ୍ନ ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁମାନେ ମଧ୍ୟ ଅଯୋଧ୍ୟା ଆସୁଛନ୍ତି । କ୍ରମାଗତ ଭାବେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଆଗମନ ଯୋଗୁଁ ସମସ୍ତ ବ୍ୟବସ୍ଥା ବ୍ୟାହତ ହେଉଥିବା ବେଳେ କଟକଣା ଯୋଗୁଁ ସ୍ଥାନୀୟ ଲୋକେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଯୋଧ୍ୟାର ସ୍ଥିତି ଏପରି ହୋଇଛି ଯେ ଜାତୀୟ ରାଜପଥରୁ ରାମ ମନ୍ଦିର ଦ୍ୱାର, ହନୁମାନଗଡ଼ୀ ଏବଂ ଅଯୋଧ୍ୟାର ପ୍ରାଚୀନ ମଠ-ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ଲମ୍ବା ଧାଡ଼ି ଲାଗିଛି। ଅଯୋଧ୍ୟାର ମଠ ଓ ମନ୍ଦିରରେ ପୂଜାର୍ଚ୍ଚନା କରିବା ପାଇଁ ଭକ୍ତମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି। ସେପଟେ ଅଯୋଧ୍ୟା ସୀମାରେ ମଧ୍ୟ ଲମ୍ବା ଟ୍ରାଫିକ ଜାମ୍ ଦେଖିବାକୁ ମିଳୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking