27.1 C
Bhubaneswar
Monday, December 8, 2025
Homeଓଡିଶାଟିକେଟ କାଉଣ୍ଟରରେ ଧସ୍ତାଧସ୍ତି

ଟିକେଟ କାଉଣ୍ଟରରେ ଧସ୍ତାଧସ୍ତି

କଟକ: କଟକ ବାରବାଟୀରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଠେଲାପେଲା ଧସ୍ତାଧସ୍ତିରେ ତଳେ ପଡି ଅଚେତ୍ ହେଉଛନ୍ତି ଜଣଙ୍କ ପରେ ଜଣେ । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ନାକେଦମ୍ ହେଲାଣି । କେବଳ କ୍ରିଡାପ୍ରେମୀ ଟିକେଟ୍ କାଉଣ୍ଟରରେ ଛିଡା ହୋଇଛନ୍ତି ତା ନୁହେଁ, ବୟସ୍କ ବ୍ୟକ୍ତିବି ଧାଡିରେ ଛିଡା ହୋଇ ଟିକେଟ୍ ପାଇଁ ଅପେକ୍ଷ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଭିଡ ବଢିଛି ଏବଂ ସ୍ଥିତି ଅଣାୟତ ହୋଇଛି । ଘଟଣା ସ୍ଥଳରେ କଟକ ଡିସିପି ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ଅସମ୍ଭାଳ ଭିଡ ପାଇଁ ବିଭିନ୍ନ ମହଲରେ ଅସନ୍ତୋଷର ବାର୍ତ୍ତା ସାମ୍ନାକୁ ଆସୁଛି । ପୂର୍ବତନ କାଉନସିଲର ସଦସ୍ୟ (ଓସିଏ) ବ୍ରଜ ନନ୍ଦ ଅସନ୍ତୋଷ ପ୍ରକାଶ କରି ଏଭଳି ପରିସ୍ଥିତି ପାଇଁ ପ୍ରଶାସନ ଓ ସରକାରଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି, କୌଣସି ବ୍ୟବସ୍ଥିତ ବ୍ୟବସ୍ଥା ପାଇଁ କାହାର ମାନସିକତା ନାହିଁ । ସମସ୍ତେ ଚାହୁଁଛନ୍ତି ଗୋଳିଆ ପାଣିରୁ ମାଛ ଧରିବା ପାଇଁ । ଯେତିକି ଟିକେଟ୍ ଦରକାର ସେତିକି ଟିକେଟ୍ ଦିଆଯାଉନି । ଏଭଳି ସ୍ଥିତିରେ କେମିତି ସବୁ ବ୍ୟବସ୍ଥିତି ହେବ । ଏହା ପ୍ରଶାସନର ବିଫଳତା ଓ ଓଡିଶା କ୍ରିକେଟ୍ ଆସୋସିଏସନର ବ୍ୟବସାୟୀକ ଫାଇଦା ପାଇଁ ଏସବୁ କାମ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking