19.1 C
Bhubaneswar
Friday, February 13, 2026
Homeଅପରାଧବର୍ବରତାର ସୀମା ପାର: ନାବାଳିକାକୁ ଗଣଦୁଷ୍କର୍ମ, ଭୋକ ଲାଗିଲେ ଦେଉଥିଲେ ଗୋମାଂସ

ବର୍ବରତାର ସୀମା ପାର: ନାବାଳିକାକୁ ଗଣଦୁଷ୍କର୍ମ, ଭୋକ ଲାଗିଲେ ଦେଉଥିଲେ ଗୋମାଂସ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୁରାଦାବାଦରେ ବର୍ବରତାର ସୀମା ପାର। ଭଗତପୁର ଥାନା ଅନ୍ତର୍ଗତ ଅଞ୍ଚଳରେ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ। କେବଳ ସେତିକି ନୁହେଁ ୪ ଅଭିଯୁକ୍ତ ପୀଡିତାକୁ ବନ୍ଧକ ରଖି ଦେଉଥିଲେ ଅକଥନୀୟ ଅତ୍ୟାଚାର। ଖାଇବାକୁ ଗୋମାଂସ ଦେବା ସହ ହାତରେ ଥିବା ଓମ୍ ଟାଟୁକୁ ତେଜାବ୍ ପକାଇ ଲିଭାଇ ଦେଇଥିଲେ। ମାମଲାରେ ପୀଡିତାଙ୍କ ଖୁଡିଙ୍କ ଅଭିଯୋଗ ପରେ ପୋଲିସ ୪ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ ଏପର୍ଯ୍ୟନ୍ତ ସଲମାନ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଭଗତପୁରରେ ରହୁଥିବା ଜଣେ ମହିଳାଙ୍କ ଅନୁସାରେ, ଦୁଇ ଜାନୁଆରୀରେ ତାଙ୍କର ୧୪ ବର୍ଷୀୟ ନାବାଳିକା ଝିଆରୀ ଡ୍ରେସ୍ ସିଲାଇବା ପାଇଁ ବଜାର ବାଟ ଦେଇ ଟେଲର ଦୋକାନ ଯାଉଥିଲେ। ଅଭିଯୋଗ ରହିଛି ଯେ, ବଜାର ନିକଟରେ ତାଙ୍କ ଗାଁର ୪ ଜଣ ଯୁବକ କାର ନେଇ ରାସ୍ତାରେ ଠିଆ ହୋଇଥିଲେ। ଚାରି ଅଭିଯୁକ୍ତ ନାବାଳିକାଙ୍କୁ ଟାଣି କାରକୁ ନେଇ ଯାଇଥିଲେ।

ଅଭିଯୋଗ ରହିଛି ଯେ, ଅଭିଯୁକ୍ତ ନିଶା ଔଷଧ ଦେଇ ତାଙ୍କୁ ବେହୋସ କରିଦଇଥିଲେ। ଅଭିଯୁକ୍ତମାନେ ନାବାଳିକାକୁ ଖୁବ୍ ନିର୍ଯାତନା ଦେଇଥିଲା। ଭୋଗ ଲାଗିଲେ ପୀଡିତାଙ୍କୁ ବଳପୂର୍ବକ ବିଫ୍ ମଧ୍ୟ ଖୁଆଉଥିଲେ। ଅଭିଯୁକ୍ତମାନେ ପୀଡିତାଙ୍କ ହାତରେ ‘ଓମ୍ ’ଲେଖା ହୋଇଥିବା ଟାଟୁକୁ ତେଜାବ ପକାଇ ଲିଭାଇ ଦେଇଥିଲେ। ମହିଳା ଜଣକ କହିଛନ୍ତି, ତାଙ୍କ ଝିଆରି ଗାଏବ ହେବାପରେ ତାଙ୍କର ଖୋଜାଖୋଜି ଚାଲିଥିଲା। ତେବେ ପ୍ରାୟ ମାସେ ପରେ ସେ ଅତି ସଙ୍ଗୀତ ଅବସ୍ଥାରେ ଘରେ ପହଁଞ୍ଚିଥିଲେ। ପରିବାର ଲୋକଙ୍କୁ ପୁରା ଘଟଣା ବିଷୟରେ ଖୋଲିକି କହିଥିଲେ। ଏହାପରେ ପୀଡତାଙ୍କ ଖୁଡି ଥାନାରେ ମାମଲା ରୁଜୁ କରିଥିଲେ। ଅଭିଯୁକ୍ତ ସଲମାନ, ଜୁବେର, ରଶିଦ ଓ ଆରିଫ୍ ବିରୋଧରେ ପୋକ୍ସୋ ଆକ୍ଟ ଅନୁସାର ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ସଲମାନକୁ ଗିରଫ କରି ଜେଲ୍ ପଠାଇ ଦିଆଯାଇଛି। ଅନ୍ୟ ୩ ଜଣଙ୍କୁ ସନ୍ଧାନରେ ପୋଲିସ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking