27.1 C
Bhubaneswar
Wednesday, February 4, 2026
Homeଓଡିଶାଖରସ୍ରୋତ ନଦୀରେ କୁମ୍ଭୀର ଆତଙ୍କ

ଖରସ୍ରୋତ ନଦୀରେ କୁମ୍ଭୀର ଆତଙ୍କ

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ସ୍ଥିତ କଲ୍ୟାଣପୁର ନିକଟ ଖରସ୍ରୋତା ନଦୀରେ ଦେଖାବାକୁ ମିଳିଛି କୁମ୍ଭୀର ଆତଙ୍କ। ୧୫ ଦିନ ତଳେ କିମ୍ଭୀର ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ତାପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆଜି ପୁଣି ନଦୀରେ କୁମ୍ଭୀର ଦେଖି ଭୟଭୀତ ହୋଇଯାଇଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ଆଜି ସକାଳୁ କଲ୍ୟାଣପୁର ଅଂଚଳର କିଛି ଲୋକ ଶନିମନ୍ଦିର ନିକଟ ଖରସ୍ରୋତ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀରଟି ତାଙ୍କ ଅତି ନିକଟରେ ଥିବା ଦେଖିବାକୁ ପାଇଥିଲେ।

ସ୍ଥାନୀୟ ଅଂଚଳରେ କୁମ୍ଭୀର ବାରମ୍ବାର ଦେଖା ଯାଉଥିବା ବେଳେ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଂଚଳବାସୀ। ନଦୀକୁଳିଆ ଅଂଚଳବାସୀମାନେ ସେମାନଙ୍କ ନିତ୍ୟକାର୍ଯ୍ୟ ପାଇଁ ନଦୀ ଉପରେ ସମ୍ପୂର୍ଣ ନିର୍ଭରଶୀଳ । ଯଥାଶୀଘ୍ର ବନବିଭାଗ ପକ୍ଷରୁ କୁମ୍ଭୀରଟିକୁ ଧରିବା ପାଇଁ ଲୋକମାନେ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking