ବ୍ୟୁରୋ: ପୁରୀ ଜିଲ୍ଲା କଣାସ ରାଜୁଆ ନଦୀରେ କୁମ୍ଭୀର ଆତଙ୍କ। ଆଜି ସକାଳେ କୁମ୍ଭୀର ନଦୀରେ ବୁଲୁଥିବା ଦେଖି ଗ୍ରାମବାସୀ ଆତଙ୍କିତ ହୋଇଛନ୍ତି। ତିରୁମଲରୁ ହଳଦିଆପଡା ଭିତରେ ଏହି କୁମ୍ଭୀର ବୁଲୁଥିବା ଲୋକେ ଦେଖିଛନ୍ତି । ବିଶେଷକରି କଣାସ ଅଞ୍ଚଳର ଗ୍ରାମବାସୀ ରାଜୁଆ ନଦୀ ଉପରେ ନିର୍ଭର କରୁଥିବାରୁ କୁମ୍ଭୀର ଥିବା ଜାଣି ଗ୍ରାମବାସୀ ନଦୀକୁ ଯିବାକୁ ଭୟ କରୁଛନ୍ତି। କୁମ୍ଭୀରକୁ ଖୁବଶୀଘ୍ର ଧରିବା ଲାଗି ବନବିଭାଗ ନିକଟରେ ଦାବି ରଖିଛନ୍ତି ଗ୍ରାମବାସୀ।










