18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶସୁନୀତା-ୱିଲମୋରଙ୍କ ପାଇଁ ସଙ୍କଟ: ମହାକାଶରେ ରହିବା କଷ୍ଟକର

ସୁନୀତା-ୱିଲମୋରଙ୍କ ପାଇଁ ସଙ୍କଟ: ମହାକାଶରେ ରହିବା କଷ୍ଟକର

ୱାଶିଂଟନ୍: ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋରଙ୍କୁ ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍)ରେ ରହିବାକୁ ପଡୁଛି। ଦୁହେଁ ପ୍ରାୟ ୫ ମାସ ଧରି ସେଠାରେ ରହିଛନ୍ତି। ତେଣୁ ସେମାନଙ୍କ ସମ୍ମୁଖରେ ଅନେକ ପ୍ରକାରର ଆହ୍ବାନ ସୃଷ୍ଟି ହୋଇଛି। ମହାକାଶଚାରୀମାନେ ମହାକାଶରେ ପିଜା, ଭଜା ଚିକେନ୍, ଚିଙ୍ଗୁଡ଼ି କକଟେଲ ଏବଂ ଟୁନା ପରି ଖାଦ୍ୟ ଖାଉଛନ୍ତି। କିନ୍ତୁ ନିକଟ ଅତୀତରେ ନାସାର ସ୍ପେସ୍ ଫୁଡ୍ ସିଷ୍ଟମ୍ ଲାବୋରେଟୋରୀରେ ପ୍ରସ୍ତୁତ ତାଜା ଖାଦ୍ୟ ଯୋଗାଣ ହ୍ରାସ ପାଇଛି। ଏହି କାରଣରୁ ସୁନୀତା ଏବଂ ବଚ୍ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଏହା ଆହୁରି ଚିନ୍ତାଜନକ କାରଣ ୱିଲିୟମ୍ସଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ମଧ୍ୟ ବଢୁଛି। ଷ୍ଟାରଲାଇନର୍ ମିସନ୍ ସହିତ ଜଡିତ ଜଣେ ବିଶେଷଜ୍ଞ ନ୍ୟୁୟର୍କ ପୋଷ୍ଟକୁ କହିଛନ୍ତି, ଆଇଏସଏଓ ପ୍ରତି ତିନିମାସରେ ଥରେ ତାଜା ଖାଦ୍ୟ ଯୋଗାଣ ପାଇଥାଏ। ତଥାପି, ସୀମିତ ପରିମାଣର ସତେଜ ଖାଦ୍ୟ ସତ୍ତ୍ବେ ବିଶେଷଜ୍ଞ ନିଶ୍ଚିତ କରିଛନ୍ତି ଯେ ୱିଲିୟମ୍ସ ଏବଂ ୱିଲମୋରଙ୍କର ଯତ୍ନ ନିଆଯାଉଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ସେ କହିଛନ୍ତି, ପ୍ରାରମ୍ଭରେ ତାଜା ଫଳ ଉପଲବ୍ଧ ହୋଇଥିଲା। କିନ୍ତୁ ତିନିମାସ ମଧ୍ୟରେ ସେସବୁ ସରିଯାଇଛି। ଫ୍ରିଜ୍‌ରେ ଖାଦ୍ୟ ନ ରହିବାରୁ ତାହା ଖାଲି ହେବାକୁ ଯାଉଛି। ନିକଟରେ ନାସାର ଜଣେ କର୍ମଚାରୀ କହିଛନ୍ତି ଯେ ସୁନୀତାଙ୍କ ଓଜନ ଯଥେଷ୍ଟ ହ୍ରାସ ପାଇଛି। ସେ ଏକ କଙ୍କାଳରେ ପରିଣତ ହୋଇଛନ୍ତି। ତେଣୁ, ତାଙ୍କର ଓଜନକୁ ସ୍ଥିର ଏବଂ ବୃଦ୍ଧି କରିବା ଆମର ପ୍ରାଥମିକତା। ସେ କହିଥିଲେ, ବର୍ତ୍ତମାନର ଓଜନକୁ ବଜାୟ ରଖିବା ପାଇଁ ସୁନୀତା ପ୍ରତିଦିନ ପ୍ରାୟ ୩୫୦୦ରୁ ୪୦୦୦ କ୍ୟାଲୋରୀ ଆବଶ୍ୟକ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking