31.7 C
Bhubaneswar
Wednesday, April 8, 2026
Homeଓଡିଶାଗୋ ମାଫିଆଙ୍କୁ କ୍ଷମା ଦିଆଯିବ ନାହିଁ: ମନ୍ତ୍ରୀ

ଗୋ ମାଫିଆଙ୍କୁ କ୍ଷମା ଦିଆଯିବ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ଗୋ ମାଫିଆଙ୍କୁ ସରକାରଙ୍କର କଡା ଚେତାବନୀ । ସୁଧୁରିଯାଅ ନଚେତ ସୁଧାରିଦେବୁ । ଗୋ ମାଫିଆଙ୍କୁ କୌଣସି ପ୍ରକାର କ୍ଷମା ଦିଆଯିବ ନାହିଁ । ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି, ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଗୋମାତାଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ବାଲେଶ୍ୱ. ମୟରଭଞ୍ଜ ଜିଲ୍ଲାର ୩୩ଟି ସ୍ଥାନରେ ଗୋମାଫିଆଙ୍କ ଘରେ ଚଢାଉ ଚାଲିଛି । ୪୬ ଲକ୍ଷରୁ ଅଧିକ ଟଙ୍କା, ୨ କେଜିରୁ ଅଧିକ ସୁନା ,କାର, ବାଇକ, ମାରଣାସ୍ତ୍ର ଜବତ ହୋଇଛି । ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ୮ରୁ ଅଧିକ ଗୋ ମାଫିଆଙ୍କୁ ଗିରଫ କରାଯାଇଛି ସେମାନଙ୍କ ବିରୋଧରେ ଏନଏସଏ ଲାଗୁ ହୋଇଥିବା କହିଛନ୍ତି ମନ୍ତ୍ରୀ । ବାଲେଶ୍ୱର , ଭଦ୍ରକ , ମୟୁରଭଞ୍ଜ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜୋରଦାର ଚଢାଉ ଚାଲିଛି । ଗୋମାଫିଆଙ୍କ ଉପରେ ରେଡ କରି ସେମାନଙ୍କୁ ଗିରଫ କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking