ନୂଆଦିଲ୍ଲୀ: କରୋନା ଟିକା ନୁହେଁ ହୃଦଘାତର କାରଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି । ୪୦ ଦିନରେ ୨୨ ଜଣଙ୍କ ହୃଦଘାତରେ ଜୀବନ ଯାଇଥିଲା । ଯାହାକୁ କୋଭିଡ ଟାକାର ପାଶ୍ୱର୍ ପ୍ରତିକ୍ରିୟା ବୋଲି ଅଭିଯୋଗ କରିଥିଲେ କଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ା କିନ୍ତୁ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ କରାଯିବା ସହିତ କରୋନା ଟିକା ସହ ହୃଦଘାତର କୌଣସି ସମ୍ପର୍କ ନାହିଁ ବୋଲି କୁହାଯାଇଛି । ୟୁନିଅନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଆଇସିଏମଆର, ଏମ୍ସ ପକ୍ଷରୁ କରାଯାଉଥିବା ଗବେଶଣାରୁ ଏହା ଜଣାପଡିଛି । । ଟିକାକୁ ନେଇ ଯେଉଁ ଖବର ଆସୁଛି , ତାହା ଭୁଲ । କରୋନା ଟିକାରେ କୋଟି କୋଟି ଜୀବନ ବଞ୍ଚିଛି ବୋଲି ଅଧ୍ୟୟନରୁ ସ୍ପଷ୍ଟ ହୋଇଛି । ଦେଶରୁ ୧୮ରୁ ୪୫ ବର୍ଷୀୟ ଯୁବପିଢି ହୃଦଘାତର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଆଇସିଏମଆର ଏବଂ ଗବେଶଣାରୁ ଜଣାପଡିଛି ଯେ ଜୀବନଶୈଳୀ ଏବଂ ପୂର୍ୱ ସମସ୍ୟା ଯୋଗୁଁ ହୃଦଘାତରେ ଜୀବନ ଯାଉଛି । ୧୯ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୩ ମେରୁ ଅଗଷ୍ଟ ମଧ୍ୟରେ କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡିଛି । ଏହି ଅଧ୍ୟୟନରେ ୨୦୨୧ ଅକ୍ଟୋବରରୁ ୨୦୨୩ ମାର୍ଚ୍ଚ ମଧ୍ୟରେ ସୁସ୍ଥ ଦେଖାଯାଉଥିବା ଲୋକଙ୍କର ହଠାତ ମୃତ୍ୟୁ କୁ ନେଇ ଗବେଶଣା କରାଯାଇଥିଲା । ତେବେ କାହିଁକି ଏଭଳି ହୃଦଘାତରେ ଜୀବନ ଯାଉଛି ତାର ପ୍ରକୃତ କାରଣ ଖୋଜିବାକୁ ଆଇସିଏମଆର ଏବଂ ଏମ୍ସ ମିଳିତ ଭାବରେ କାଯ୍ୟ କରୁଛନ୍ତି ।