28.1 C
Bhubaneswar
Thursday, April 2, 2026
Homeଅପରାଧମୋବାଇଲ ପାଇଁ ନେଲା ସମ୍ପର୍କୀୟ ଭାଇର ଜୀବନ

ମୋବାଇଲ ପାଇଁ ନେଲା ସମ୍ପର୍କୀୟ ଭାଇର ଜୀବନ

ଯାଜପୁର: ମୋବାଇଲ ପାଇଁ ଭାଇକୁ ହତ୍ୟାକଲା ସମ୍ପର୍କୀୟ ଭାଇ । ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅମୃତିଆ ଗାଁରେ । ମୃତକ ଅମୃତିଆ ଗ୍ରାମର ମଦନ ଓଝାଙ୍କ ପୁଅ ଶରତ ଓଝା ବୋଲି ସୂଚନା ମିଳିଛି । ଗତକାଲି ରାତି ଠାରୁ ନିଖୋଜ ଥିଲା ଶରତ । ତେବେ ଆଜି ସକାଳେ ବିଲ ମଝିରେ ଶରତଙ୍କ ମୃତଦେହ ଦେଖିଥିଲେ ଗ୍ରାମବାସୀ । ଘଟଣା ସ୍ଥଳରେ ପାଣିକୋଇଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଶରତ ଓଝାଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ରଞ୍ଜନ ଓଝା ହତ୍ୟା କରିଥିବା ନେଇ ମାମଲା ରୁଜୁ କରାଯାଇଛି । ସୂଚନା ଅନୁଯାୟୀ ଗତ ଦେଢ଼ ମାସ ତଳେ ମୃତକ ସରୋଜ ଓ ତାଙ୍କ ସମ୍ପର୍କୀୟ ଭାଇ ରଞ୍ଜନ ଓଝା ଏକ ଘରେ ଶୋଇଥିଲେ । ତେବେ ସରୋଜ ଶୋଇକି ଉଠିବା ପରେ ମୋବାଇଲ ରଖିଥିବା ସ୍ଥାନରେ ମୋବାଇଲ ନଥିବା ଦେଖିବାକୁ ପାଇଥିଲେ ।

ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ପରେ ଆଉ ମୋବାଇଲ ନପାଇବାରୁ ରଞ୍ଜନକୁ ସନ୍ଦେହେୟ କରିଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ସେହି ଦିନଠାରୁ ତିତକ୍ତା ଲାଗିଥିଲା । ତେବେ ଗତକାଲି ସକାଳେ ଏହି ଘଟଣାକୁ ଉଭୟଙ୍କ ମଧ୍ୟରେ ବଚସା ହେଇଥିଲା । ଏହି ଘଟଣା ପରେ ସରୋଜ ସନ୍ଧ୍ୟାରେ ବଜାରକୁ ଯାଇ ଆଉ ଘରକୁ ଫେରି ନଥିଲେ । ସେପଟେ ଆଜି ସକାଳେ ସରୋଜଙ୍କ ମୃତଦେହ ଗାଁ ବିଲରେ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ପରେ ସେମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘର ଲୋକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସେପଟେ ଖବର ପାଇ ପାଣିକୋଇଲି ପୋଲିସ ଘଟଣା ସ୍ଥଳରେ ପହଂଚି ସାଇଣ୍ଟିଫିକ ଟିମକୁ ଡାକି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାକୁ ନେଇ ମୃତ ସରୋଜଙ୍କ ଦାଦା ମୋହନ କୁମାର ଓଝା ରଞ୍ଜନ ଓଝାଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking