ଖଲ୍ଲିକୋଟ: ଘର ଭିତରେ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଠାବ ହୋଇଛି । ପୁରୁଷୋତ୍ତମପୁର ଥାନା ପୂଣ୍ଣଚନ୍ଦ୍ରପୁରରେ ଘର ଭିତରେ ଠାବ ହୋଇଛି । ପୁଅ ସପରିବାରରେ ବାହାର ରାଜ୍ୟରେ ରୁହନ୍ତି । କେଉଁ ପରିସ୍ଥିତିରେ ଦମ୍ପତ୍ତି ମୃତ୍ୟୁବରଣ କଲେ ତାହା ଅସ୍ପଷ୍ଟ ରହିଛି । ଏହା ହତ୍ୟା ନା ଆତ୍ମହତ୍ୟା ଜାଣିବାକୁ ପୋଲିସର ଛାନଭିନ ଚାଲିଛି ।