18.1 C
Bhubaneswar
Monday, December 16, 2024
Homeଦେଶ ବିଦେଶପିଲାର ନାମକରଣକୁ ନେଇ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଲେ ଦମ୍ପତି

ପିଲାର ନାମକରଣକୁ ନେଇ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଲେ ଦମ୍ପତି

ନୂଆଦିଲ୍ଲୀ: ପିଲାର ନାଁକୁ ନେଇ ପରସ୍ପର ସହିତ ଝଗଡା କରି କୋର୍ଟରେ ପହଞ୍ଚିଲେ ଦମ୍ପତି । ଛାତପତ୍ର ଯାଏ କଥା ଗଲା । ହେଲେ ଶେଷରେ କୋର୍ଟ ଦେଲେ ପିଲାର ନାମ । କୋର୍ଟ ନାମ ଦେବା ପରେ ପୁଣି ଏକାଠି ରହିଲେ ଦମ୍ପତି । ଏମିତି ଘଟଣା ମସୁରୀରେ ଘଟିଛି । ଖବର ମୁତାବକ, ପିଲାର ଜନ୍ମ ୨୦୨୧ରେ ହୋଇଥିଲା । ତେବେ ପିଲାର ନାମକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ମା’ ପିଲାର ନାମ ‘ଆଦି’ ରଖିବାକୁ ଚାହୁଁଥିବା ବେଳେ ବାପା ପିଲାର ନାମ ‘ଶନି’ ରଖିବାକୁ ଚାହୁଁଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ସ୍ୱାମୀ ଓ ସ୍ତ୍ରୀ ବାଛିଥିବା ନାମ ପରସ୍ପରକୁ ପସନ୍ଦ ଆସୁନଥିଲା । ପିଲାର ଜନ୍ମ ପରେ ମଧ୍ୟ ପରସ୍ପର ସହିତ ଦେଖା ହୋଇନଥିଲେ । ପାଖାପାଖି ୨ ବର୍ଷ ଯାଏଁ ଦମ୍ପତିଙ୍କ ମଧ୍ୟରେ କୌଣସି ବୁଝାମଣା ନଥିବାରୁ ପତ୍ନୀ ସିଆରପିସି ଧାରା ୧୨୫ ଅଧିନରେ ଭରଣ ପୋଷଣ ଦାବି କରି ଅଦାଲତ ଦ୍ୱାରସ୍ଥ ହୋଇଥିଲେ । ବାପା ଚାହୁଁଥିଲେ ପିଲାର ନାମ ଭଗବାନ ଶନିଙ୍କ ନାମରେ ରଖିବାକୁ ଚାହୁଁଥିଲେ ।

ତେଣୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଖାପାଖି ୨ ବର୍ଷ ବିବାଦ ଲାଗିଥିଲା । ଏହି ସମସ୍ୟାର ସମାଧାନ ନ ମିଳିବାରୁ ଉଭୟ ପତ୍ନୀ ଓ ପତ୍ନୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ଅଦାଲତ ପିଲାର ନାମ୍ ‘ଆର୍ଯ୍ୟବର୍ଦ୍ଧନ’ ରଖିଥିଲେ । ଏହି ନାମରେ ଉଭୟ ବାପା ମା’ ଖୁସି ଥିଲେ । କୋର୍ଟଙ୍କ ନିଷ୍ପତ୍ତି ପରେ ଉଭୟ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ମିଠା ଖୁଆଇ ପୁରୁଣା କଥା ଭୁଲି ଏକାଠି ରହିଥିଲେ । ସୂଚନାଯୋଗ୍ୟ, ସ୍ତ୍ରୀ ଯେତେବେଳେ ନିଜ ସ୍ୱାମୀଙ୍କୁ ଗର୍ଭବତୀ ହେବା ବିଷୟରେ କହିଥିଲେ, ସେବେଠାରୁ ପତି ପତ୍ନୀ ପରସ୍ପର ସହିତ ଦେଖା ହୋଇନଥିଲେ । ସ୍ୱାମୀ ସ୍ତ୍ରୀ ରଖିଥିବା ନାମକୁ ନେଇ ଖୁସି ନଥିଲେ ସ୍ୱାମୀ । ପିଲାର ଜନ୍ମ ପରେ ମଧ୍ୟ ପରସ୍ପର ସହିତ ଦେଖା ହୋଇନଥିଲେ । ପାଖାପାଖି ୨ ବର୍ଷ ଯାଏଁ ଦମ୍ପତିଙ୍କ ମଧ୍ୟରେ କୌଣସି ବୁଝାମଣା ନଥିବାରୁ ପତ୍ନୀ ସିଆରପିସି ଧାରା ୧୨୫ ଅଧିନରେ ଭରଣ ପୋଷଣ ଦାବି କରି ଅଦାଲତ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଶୁଣାଣି କରି ପିଲାର ନାମ ରଖିବା ପରେ ଉଭୟ ରାଜି ହୋଇଥିଲେ । ତେଣୁ କୋର୍ଟ ଦୁହେଁଙ୍କୁ ସବୁକିଛି ଭୁଲି ପୁଣି ଥରେ ସଂପର୍କ ଗଢିବାକୁ କହିଥିଲେ । ଆଉ ଏମାନେ ପରସ୍ପର ସହିତ ରାଜି ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking