30.1 C
Bhubaneswar
Wednesday, February 11, 2026
Homeଓଡିଶାଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଦମ୍ପତି

ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଦମ୍ପତି

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଦମ୍ପତି। ନୂଆପଡ଼ା ଜିଲ୍ଲାର ସିଲଦା ଗାଁର ଯଦୁରାମ ପାଣ୍ଡେ (୫୮) ଓ ତାଙ୍କ ସ୍ତ୍ରୀ ଜାମବାଈ ପାଣ୍ଡେ (୫୬) ଋଣର ବୋଝ ସହି ନ ପାରି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଦୁଃଖଦ ଘଟଣା ମଙ୍ଗଳବାର ରାତିରେ କଲ୍ୟାଣପୁର ରେଳ ଫାଟକ ନିକଟରେ ଘଟିଛି। ସୂଚନା ଅନୁସାରେ, ଗତ ଦୁଇ ବର୍ଷ ଧରି ଯଦୁରାମ ଓ ଜାମବାଈ ନିଜ ପୁଅଠାରୁ ଅଲଗା ରହୁଥିଲେ। ରୋଜଗାରର କୌଣସି ମାଧ୍ୟମ ନଥିବାରୁ ସେମାନେ ସାହୁକାରଙ୍କ ଠାରୁ ଉଧାର କରି ଜୀବନ ଯାପନ କରୁଥିଲେ। କିନ୍ତୁ ଦୈନିକ ଉଧାର ଯୋଗୁଁ ସେମାନେ ମାନସିକ ଚାପରେ ଥିଲେ। ସାହୁକାରମାନେ ପ୍ରତିଦିନ ଉଧାର ଟଙ୍କା ଦାବି କରୁଥିବାରୁ ଏହି ଦମ୍ପତି ଚରମ ମାନସିକ ଅବସାଦରେ ଥିଲେ।

ମଙ୍ଗଳବାର ସନ୍ଧ୍ୟାରେ ଯଦୁରାମ ଓ ଜାମବାଈ କଲ୍ୟାଣପୁର ଗାଁକୁ ଯାଇଥିଲେ ଏବଂ ଜଣେ ସମ୍ପର୍କୀୟଙ୍କ ଘରେ ରାତ୍ରିଭୋଜନ ସାରି ଫେରୁଥିବା ବେଳେ କଲ୍ୟାଣପୁର ରେଳ ଫାଟକ ନିକଟରେ ବିଶାଖାପାଟଣାରୁ ଦୁର୍ଗ ଅଭିମୁଖେ ଯାଉଥିବା ବନ୍ଦେଭାରତ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲେ। ବିଳମ୍ବିତ ରାତିରେ ଖବର ପାଇ କଣ୍ଟାବାଞ୍ଜି ଜିଆର୍‌ପି ଘଟଣାସ୍ଥଳରେ ପହଞ୍ଚି ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଥିଲା। ବୁଧବାର ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଡୁମେରପାଣି ସରପଞ୍ଚ ଟେକରାମ ସାହୁ, ସମିତି ସଭ୍ୟ ଚୁରନସିଂ ମାଝୀ ଏବଂ ୱାର୍ଡ ସଭ୍ୟ କୈଳାସ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ମୃତଦେହ ଉଦ୍ଧାରରେ ସହଯୋଗ କରିଥିଲେ। ଏହି ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଋଣର ବୋଝ ଏବଂ ମାନସିକ ଚାପ ଯୋଗୁଁ ଏଭଳି ଦୁଃଖଦ ନିଷ୍ପତ୍ତି ନେଇଥିବା ସ୍ଥାନୀୟ ଲୋକେ ମତ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking