21.1 C
Bhubaneswar
Friday, February 6, 2026
Homeଓଡିଶାଜୀଅନ୍ତା ଜଳିଗଲେ ଦମ୍ପତି

ଜୀଅନ୍ତା ଜଳିଗଲେ ଦମ୍ପତି

ନୂଆପଡ଼ା: ନୂଆପଡ଼ା ଜିଲା ଖଡ଼ିଆଳ ଥାନା ତୁକଲା ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଦୋକାନରେ ନିଆଁ ଲାଗି ଏକ ଦମ୍ପତି ଜଳିଯାଇ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ବ୍ରାହ୍ମଣପଡ଼ାର ରାଜେଶ ପଟେଲ(୩୦) ଓ ତାଙ୍କ ସ୍ତ୍ରୀ ରିମା ପଟେଲ(୨୪)। ରାତି ପ୍ରାୟ ୮ଟାରେ ରାଜେଶ ଓ ରିମା ନିଜ ଦୋକାନରେ ଥିବାବେଳେ ହଠାତ୍‌ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ନିଆଁରେ ପୋଡ଼ିଯାଇ ଦମ୍ପତି ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଖଡ଼ିଆଳ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking